ଋତୁସଂହାର

 

 

 

 

 

 

 

 

 

ଋତୁସଂହାର

ଶ୍ରୀ ବିଶ୍ୱନାଥ କର

 

ପ୍ରଥମ ସର୍ଗ

ଗ୍ରୀଷ୍ମ ବର୍ଣ୍ଣନ

 

(ରାଗ–ବଙ୍ଗଳାଶ୍ରୀ)

ଆଗତ ମହୀରେ ଦାରୁଣ ନିଦାଘ

ପ୍ରଚଣ୍ଡ ମିହିର ଅତି,

ତାପକ୍ଲାନ୍ତ ଜୀବ ଅବିରତ ସ୍ନାନେ

ଜଳ ଲଭେ କ୍ଷୟଗତି ।

ଦେଖ ରେ ସଜନି ! ଦିବା ଅବଶେଷ

ରମଣୀୟ ଦିଶେ ଏବେ,

ମନ୍ଦୀଭୂତ କ୍ରମେ ମନମଥ ତାପ

ଝଞ୍ଜାବାତ ବହେ ଯେବେ ।୧।

ତାପ ଶାନ୍ତି ଆଶେ ବିବିଧ ଉପାୟେ

ସରବେ ଅଧୀର ପ୍ରାଣ,

କୁମୁଦ-ବାନ୍ଧବ ଜ୍ୟୋଚ୍ଛନାରେ ଅବା

ଜଳଯନ୍ତ୍ରପୁରେ ଜାଣ ।

ଅବା ମଣିମୟ ପ୍ରାଚୀର ମଧ୍ୟରେ

ତାପ ଦୂର ଲାଗି ଆଶ,

ସୁବାସ ଚନ୍ଦନେ ମଣ୍ଡି କଳେବର

ପିନ୍ଧ ଚାରୁ ଝୀନବାସ ।୨।

ସୁବାସିତ ଜଳେ ପୂରିତ ପ୍ରାସାଦ

କାମିଜନ ତହିଁ ବସି,

ଉନ୍ମତ୍ତ ପରାଣେ ପ୍ରେୟସୀ-ଅଧର-

ମଧୁ ପାନ କରେ ହସି ।

ଅବା ତନ୍ତ୍ରୀ ଯୋଗେ କାମ ଉଦ୍ଦୀପନ

ମଧୁର ସଙ୍ଗୀତ ଗାଏ,

ନିଦାଘ ଉତ୍ତାପ ଉପଶମ ଚିନ୍ତା

ସବୁରି ମାନସେ ଥାଏ ।୩।

ପ୍ରଣୟ-ହୃଦୟ- ତାପ ବିନାଶନେ

ବିଳାସିନୀ ନାରୀ ଆଜି,

ସୂକ୍ଷ୍ମବାସେ ମଣ୍ଡି ନିତମ୍ୱ ଆବର

ଚନ୍ଦନେ ଉରଜ ସାଜି ।

ପୀନପୟୋଧର ମଧ୍ୟଭାଗେ ହାର

ଦିଶଇ କେଡ଼େ ମଞ୍ଜୁଳ,

ସୁଗନ୍ଧ ତଇଳେ କେଶପାଶ ମଣ୍ଡି

ଶୋଭାରାଶି କରେ ଠୁଳ ।୪।

ଲକ୍ଷାରସରାଗେ ଲୋହିତ ବରନ

ନିତମ୍ୱିନୀ ପଦ ଆହା,

ନୂପୁର-ଶିଞ୍ଜନେ ମୁଖରିତ ହୋଇ

ଶ୍ରୁତି ସୁମଧୁର ତାହା ।

ପ୍ରତେ ହୁଏ ଅବା ଅନୁକରଣ ସେ

କରଇ ମରାଳସ୍ୱନ,

ମାନବ ପରାଣେ କାମପିପାସାକୁ

କରାଏ ସେ ଜାଗରଣ ।୫।

ସୁଘନ-ଚନ୍ଦନ- ଲେପିତ ଉରଜେ

ହିମ-ଶୁଭ୍ର ହାରଲତା,

ନିତମ୍ୱ ପ୍ରଦେଶେ କନକ ମେଖଳା

ମଣ୍ଡନର ମାଦକତା ।

ଯେ ଯେଡ଼େ ପୁରୁଷ ହେଲେହେଁ ଏକାଳେ

ଏମନ୍ତ ପୁରୁଷ କାହିଁ !

ପ୍ରିୟତମା ଅଙ୍ଗ ସଜାଇବା ଲାଗି

ଚଞ୍ଚଳ ହୋଇବ ନାହିଁ ।୬।

ଆତପ-ତାପରେ ପୀନପୟୋଧରା

ତେଜିଣ ଦୁର୍ବହହାର,

ଝୀନବାସେ ମଣ୍ଡି ଉରଜ ଯୁଗଳ

ଶାନ୍ତି ଲଭେ ବାରମ୍ୱାର ।

ଭୁଜମୂଳ ଆଦି ଅଙ୍ଗ ସନ୍ଧିମାନ

ରମଣୀ ବରର ଯାହା,

ଦିବସ ଯାମିନୀ ସ୍ୱେଦବିନ୍ଦୁ ଯୋଗେ

ସିକ୍ତ ହୋଇଥାଏ ତାହା ।୭।

ପ୍ରଗାଢ଼ ଶୟନେ ଶାୟିତ ପ୍ରେମିକେ

ଜଗାଏ ରତିନିପୁଣା,

ଚନ୍ଦନ-ଉଦକେ ସିକ୍ତ ତା ବ୍ୟଜନ-

ବାତେ ନିଦ୍ରା କରେ ଊଣା ।

ବିଳାସିନୀ ନାରୀ ଉରଜ ମଣ୍ଡଳୁଁ

ହାର ପରିହାର କରି,

ବୀଣାସ୍ୱନ ସଙ୍ଗେ ସଙ୍ଗୀତ ଉଚ୍ଚାରି

ଜଗାଏ ଶଙ୍କର-ଅରି ।୮।

ସୁଧାଧବଳିତ ପ୍ରାସେଦେ ନିଶିରେ

ନିଦ୍ରାଗତା ନାରୀ ମୁଖ-

ସୁଷମା ବିଲୋକି ନିଶାପତି ମନେ

ଲଭିଲେକ ଗରୁ ଦୁଃଖ ।

ଲଜ୍ଜା ଅନୁଭବି ନିଜର ପ୍ରାଧାନ୍ୟ

ବିଲୋପ ଆଶଙ୍କା ଲଭି,

ଅତୀବ ପାଣ୍ଡୁର ଦିଶେ ନିଶାଶେଷେ

ଅଙ୍ଗ ତାହା ଅନୁଭବି ।୯।

ଗ୍ରୀଷ୍ମତାପ ଅତି ଅସହ୍ୟ ହୁଅଇ

ଦିବା ମଧ୍ୟଭାଗେ ଜାଣ,

ମଣ୍ଡଳ ଆକାରେ ଆକାଶେ ଉଡ଼ନ୍ତି

ଦେଖ ଏବେ ଧୂଳିମାନ ।

ଉଷ୍ମ ସମୀରଣ ପ୍ରଭାବେ ଧରଣୀ

ଏ କାଳେ ତାପିତ ଅତି,

ବିରହବିଧୂର କାମୁକ ପରାଣ

ଶଙ୍କିତ ଦେଖି ଏ ଗତି ।୧୦।

ଏ କାଳେ ପ୍ରଚଣ୍ଡ ତାପେ ତୃଷାତୁର

ହୋଇ ମୃଗ ଧାବମାନ,

ଦଳିତ ଅଞ୍ଜନ ସମ ଶ୍ୟାମମେଘ

ପ୍ରତୀତି ଆକାଶ ଜାଣ ।

ପୁଲକିତ ପ୍ରାଣେ ଧାଏଁ ଜଳ ଆଶେ

ମଣି ତାରେ ମେଘମାଳ

ଗତିଶୀଳ ଯେଣୁ ତା ପଦଯୁଗଳ

ଅସ୍ଥିର ଭାବ ତାହାର ।୧୧।

ବିଦେଶ-ଆଗତ ପୁରୁଷ ପ୍ରଦୋଷେ

ନଭେ ଦେଖି କଳାକର,

ପ୍ରିୟାସଙ୍ଗ ଇଚ୍ଛି ଅଧୀର ପରାଣେ

ହୁଏ କାମେ ଜରଜର ।

ନବଯଉବନୀ କୁଟିଳ କଟାକ୍ଷେ

ଘାରଇ ପୁରୁଷ ମନ,

ଅଧର ପଲ୍ଲବେ ମଧୁ ହାସ ରଚି

କରେ କାମ ଉଦ୍ଦୀପନ ।୧୨।

ନିଦାଘ ତାପିତେ ତପ୍ତ ଧୂଳିକଣା

ଦଗଧ ତହିଁରେ ଅହି,

କୁଟିଳ ଗତି ତା’ ପରିହାର କରି

ନୀରବେ ନିଶ୍ଚଳେ ରହି ।

ଆନ ଉପାୟ ସେ ନ ପାଇ ସହସା

ଘନ ଶ୍ୱାସମାନ ତେଜି,

କେକୀପୁଚ୍ଛତଳେ ଶୟନ କରଇ

ଶୀତଳ ସେ ଛାୟା ହେଜି ।୧୩।

ତୃଷାତୁର ସିଂହ ଗ୍ରୀଷମ ତାପରେ

ଆପଣା ବିକ୍ରମ ଭୁଲେ,

ଘନ ଘନ ଶ୍ୱାସେ କମ୍ପେ ତା ମସ୍ତକ

ରସନା ଥରେ ଆକୁଳେ ।

ଅଦୂରେ ତାହାର ଗଜ ଥିଲେ ସୁଦ୍ଧା

ନ କରଇ ଆକ୍ରମଣ,

ଆନନ୍ଦେ ଶୟନ କରଇ ପାଶୋରି

ଗଜକୁମ୍ଭ-ବିଦାରଣ ।୧୪।

ପ୍ରଚଣ୍ଡ କିରଣେ ଗଜକୁଳ ଦେଖ

ଅତୀବ ତାପିତ ଏବେ,

ଶୁଷ୍କକଣ୍ଠେ ସର୍ବେ କାତର ପରାଣ

ଜଳ ଲୋଡ଼ୁଥାନ୍ତି ଯେବେ ।

ସଲିଳ ଆଶାରେ ଚିନ୍ତିତ ପରାଣେ

ହୁଅନ୍ତି ସଦା ଅଥୟ,

ମୃଗରାଜ ଦେଖି ଅଦୂରେ ତଥାପି

ପରାଣେ ନ ଜାଗେ ଭୟ ।୧୫।

ଘୃତାହୁତି ସମ ଅନଳ ତାପରେ

ମୟୁର ଅତୀବ କ୍ଳାନ୍ତ,

ଚେତନା ହତ ସେ ପରତେ ହୁଅଇ

ଅରି ଆକ୍ରମଣେ ଶାନ୍ତ ।

ପୁଚ୍ଛତଳେ ତାର ଶାୟିତ ଭୁଜଗେ

କବଳ ନ କରେ ହେଳେ,

ଗ୍ରୀଷମ ତାପିତେ ଆପଣା ପରାଣ

ସନ୍ତାପିତ ଯେତେବେଳେ ।୧୬।

 

ବରାହ ଏକାଳେ ଦିନକର ତାପେ

ତାପିତ ପରାଣେ ଯାଇ,

ମୁଖାଗ୍ରେ ବିଦାରି ସରୋବର ବକ୍ଷ

ମୁଥାମୂଳ ଉତ୍ପାଟଇ ।

ପ୍ରଖର ମିହିର କିରଣ ନ ସହି

ଭୂ-ଗରଭେ ଲୀନ ଆଶେ,

ଆଚରେ କି ଅବା ଏମନ୍ତ ବେଭାର

ଅତ୍ୟଧିକ ତାପତ୍ରାସେ ।୧୭।

ଅଂଶୁମାଳୀ ତୀକ୍ଷ୍‌ଣ ଶରଜାଳେ କ୍ଳାନ୍ତ

ହୋଇ ଏବେ ଭେକକୁଳ,

ପଙ୍କିଳ ସରସୀ ତେଜି ବିଷଧର

ଅହିଫଣା ତଳେ ଠୁଳ ।

ଜୀବନ ମମତା ନାହିଁ ତିଳେମାତ୍ର

ଏସନ ସମୟେ ଜାଣ,

ମଣନ୍ତି ଜଗତେ ବିଷ ଜ୍ୱାଳାମୟ

ଦଗଧ ହୁଏ ପରାଣ ।୧୮।

ଗଜକୁଳ ଏବେ ପରସ୍ପର ରତ

ବିମର୍ଦ୍ଦନେ ସରୋବରେ,

 

ଛିନ୍ନ ପଦ୍ମନାଡ଼ ଭୀତତ୍ରସ୍ତ ମୀନ

ଉଡ଼ିଯାନ୍ତି ହଂସ ଖରେ ।

ବିମର୍ଦ୍ଦନ ଫଳେ ସରୋବର ବକ୍ଷ

ଅତି ଅସୁନ୍ଦର ଦିଶେ,

ଜଳଯୁକ୍ତ ସର ଶୋଭାହୀନ ଆହା

କର୍ଦ୍ଦମ-ପୁରିତ କି ସେ ।୧୯।

ଆପଣା ଗରଳ, ଦାବାଗ୍ନି ଚୌଦିଗେ

ତହିଁ ଚଣ୍ତ ସୂର୍ଯ୍ୟକର,

ସେ ତାପେ ତାପିତ ସମୀର ଭକ୍ଷଇ

ଦେଖ ଏବେ ବିଷଧର ।

ମସ୍ତକେ ତାହାର ଜକ ଜକ ଦିଶେ

ଆହା ତା’ ଅମୂଲ୍ୟମଣି,

କ୍ଳାନ୍ତ ଅବୟବେ ଅଦୂର ମଣ୍ଡୂକେ

ଗ୍ରାସ ନ କରଇ ଫଣୀ ।୨୦।

ମହିଷ ସକଳ ତୁଷାତୁର ପ୍ରାଣେ

ଜଳ ଲୋଡ଼ି ଉର୍ଦ୍ଧ୍ୱମୁଖେ,

ପର୍ବତ ଗହ୍ୱରୁ ଗମନ୍ତି ଚୌଦିଗେ

ରସନା ବିସ୍ତାରି ଦୁଃଖେ ।

ସବୁରି ବଦନ ଫେନଯୁକ୍ତ ଏବେ

ମୁଖ ସଦା ବିସ୍ତାରିତ,

ବିଚରଣ କରି ଆତୁର ପରାଣେ

ଜଳଲାଗି ସନ୍ତାପିତ ।୨୧।

ଦାବାନଳ ଦାହେ ଶସ୍ୟାଙ୍କୁରମାନ

ମଳିନ ଦିଶଇ ସିନା,

ବୃକ୍ଷ ପତ୍ରରାଶି ଶୁଷ୍କ ଚଉଦିଗେ

ବିକ୍ଷିପ୍ତ ସଲିଳ ବିନା ।

ମିହିର ପ୍ରଚଣ୍ଡ କିରଣ ପରଶେ

ଶୁଷ୍କ ଜଳରାଶି ଏବେ,

ବିଲୋକି ଏସନ ଭୀମ ଦୃଶ୍ୟ ମନେ

ନ ଜାଗେ ହରଷ କେବେ ।୨୨।

ଅଧିକ ଉତ୍ତାପେ ବୃକ୍ଷ ଶୀର୍ଣ୍ଣପତ୍ର

ଭୂତଳେ ପତିତ ସତ,

ପତ୍ରହୀନ ବୃକ୍ଷେ ବିହଗ ସକଳ

ରାବୁଥାନ୍ତି ଇତସ୍ତତ ।

ଗୟଳ ସକଳ ପିପାସିତ ପ୍ରାଣେ

ବିଚରନ୍ତି ଚଉପାଶ,

କୂପ ଜଳ ଦେଖି ଶରଭ ଆବର

ଲୋଡ଼େ ଲଭି ବହୁ ତ୍ରାସ ।୨୩।

କୁସୁମୁ କୁସୁମ ସମ ରକ୍ତରାଗେ

ଦାବାଗ୍ନି ଜଳଇ ଖରେ,

ସିନ୍ଦୂର ପ୍ରଭାକୁ ଗଞ୍ଜନ କରଇ

ସେହି ଦୃଶ୍ୟ ଥରେ ଥରେ ।

ଅଦୂର ପାଦପ ଲତିକା ସକଳେ

ଆଲିଙ୍ଗନ ସଚଞ୍ଚଳ,

ଚଉଦିଗେ ଘେରି ଭୂମି ମଧ୍ୟଭାଗ

ଗ୍ରାସିବା ଆଶେ ବିକଳ ।୨୪।

ଦାତ୍ୟାଯୋଗେ ଅଗ୍ନି- ଶିଖା ବର୍ଦ୍ଧମାନ

ପର୍ବତ କନ୍ଦରେ ଜଳେ,

ଭୀଷଣ ଶବଦେ ବଂଶଗ୍ରନ୍ଥି ଫୁଟି

ତୃଣେ ଲାଗେ ବିବାଦରେ ।

ତାହା ଯୋଗେ ସାରା ବନ ଦଗ୍‌ଧୀଭୂତ

ହୁଅଇ ଏକାଳେ ତେଣୁ

ଭୀତ ମନେ ମୃଗ ସକଳ ଧାବନ୍ତି

ଚଉଦିଗେ ସିନା ଏଣୁ ।୨୫।

ଶାଳ୍ମଳୀ କାନନେ ସହସ୍ର ଗୁଣରେ

ପ୍ରଜ୍ୱଳିତ ହୁତାଶନ,

ପାଦପ କୋଟରେ ହୁଏ ଦୃଶ୍ୟମାନ

ବହନ୍ତେ ଖର ପବନ ।

ଲମ୍ଫ ଦେଇ ଅବା ଶାଖାରୁ ଶାଖାକୁ

ଦାବାଗ୍ନି ପ୍ରଖରେ ଧାଏଁ,

ଚକିତ ବନାନୀ ସେହି ଭୀମ ଦୃଶ୍ୟେ

ବିଳାପ-ଗୀତ କି ଗାଏ ।୨୬।

ଅନଳ ତେଜରେ ଗୟଳ, କେଶରୀ

ଗଜ ଆଦି ବନ ପ୍ରାଣୀ,

ଭୁଲି ଶତ୍ରୁଭାବ ଏକାଧାରେ ଏବେ

ବିଚରନ୍ତି କିବା ଜାଣି ।

ଦାବାଗ୍ନି ପ୍ରକୋପେ ଆପଣା ପ୍ରଭାବ

ପାଶୋରନ୍ତି କ୍ଷଣ କ୍ଷଣ,

ଗିରିଗୁହା ମଧ୍ୟୁ ବାହାରି ସଧୀରେ

ଜଳାଶୟ ଠାବେ ମନ ।୨୭।

କମଳେ ପୂରିତ ସରୋବର ଆଜି

ପାଟଳୀକୁସୁମ ବାସ,

ସଲିଳ ପରଶେ ଶୀତଳ ଶରୀର

ଚନ୍ଦ୍ରିକା ସେବନେ ଆଶ ।

ସଜନି ରେ ! ଆଜି ଏ ନିଦାଘ କାଳେ

ସେବନୀୟ ପୁଷ୍ପମାଳ,

ସୁରମ୍ୟ ପ୍ରାସାଦେ ମଧୁର ସଙ୍ଗୀତେ

ମହାମୋଦେ ଯାପ କାଳ ।୨୮।

•••

 

ଦ୍ୱିତୀୟ ସର୍ଗ

ବର୍ଷା ବର୍ଣ୍ଣନ

 

(ରାଗ–ଆଷାଢ଼ ଶୁକ୍ଳ ବାଣୀ)

କାମିଜନ ପ୍ରିୟ ବରଷା କାଳ,

ନୃପ ସମ ସମାଗତ ଏ କାଳ,

ମତ୍ତ ଦ୍ୱିରଦ ଜଳ ବର୍ଷୀମେଘ,

ବିଜୟ ଚିରାଳ ବିଦ୍ୟୁତ ବେଗ,

ସହି ! ବଜ୍ରନାଦ,

ଶୁଭ ଆଗମନ ଘୋଷଣା-ବାଦ୍ୟ ।୧।

ଗଗନ ଅଙ୍ଗେ କାହିଁ ନୀଳୋତ୍ପଳ,

ଛବିଳ କାନ୍ତି ଅତି ମନୋହର,

ଆବର କାହିଁ ଦଳା-କୃଷ୍ଣ-ବର୍ଣ୍ଣ

କାହିଁ ବା ଗର୍ଭବତୀ ପୀନ-ସ୍ତନ-

ସମ ପାଏ ଶୋଭା,

ବିଚିତ୍ର ଗଗନ, ମାନସ ଲୋଭା ।୨।

ଜଳଭାରେ ବାରିବାହ ଲମ୍ୱତ,

ଶ୍ରୁତି ମଧୁସ୍ୱନେ ବର୍ଷି ତୁରିତ,

ଭ୍ରମେ ଏଣେ ତେଣେ କେସନ ବେଗେ,

ଅଧୀର ପରାଣେ ପ୍ରେମ-ଆବେଗେ,

ଚାତକ ସକଳ,

ଊର୍ଦ୍ଧ୍ୱେ ଚାହିଁ ଅବା ମାଗନ୍ତି ଜଳ ।୩।

ଦୂର ପରବାସୀ ସହ ସମର,

ଆଶେ ଧାବମାନ କି ଜଳଧର,

ରଣ ଦୁନ୍ଦୁଭି ତା’ ଅଶନି-ଟାଣ,

ଇନ୍ଦ୍ରଧନୁ ଗୁଣ ଚପଳା ଜାଣ,

ଘନ ଜଳଧାର,

ସତୀକ୍ଷଣ ଶାୟକ ଅବା ତାହାର ।୪।

ବଇଡ଼ୂର୍ଯ୍ୟମଣି ପ୍ରାୟ ଅଙ୍କୁରେ,

କନ୍ଦଳୀ ନବଦଳ ତହିଁ ପୂରେ,

ସାଧବବୋହୂ ଚାଲି କେଡ଼େ ଧୀର,

ଧରଣୀରାଣୀର ବେଶ ରୁଚିର,

ସୁନ୍ଦରୀ ରମଣୀ,

ସମ ଶୋଭା ପାଏ ଆଜ ଧରଣୀ ।୫।

ନବ ବର୍ଷାଗମେ ମୟୁରମାନ,

ଆନନ୍ଦ ଉତ୍ସବେ କରନ୍ତି ଗାନ,

ପ୍ରସାରି କଳାପ କେକା ଧ୍ୱନିରେ,

ଚୁମ୍ୱନ, ଆଶ୍ଳେଷ ଲୋଡ଼ି ଅଧୀରେ,

ନୃତ୍ୟରତ ବନେ,

ବିଲୋକି ଜଳଦ ନୀଳ ଗଗନେ ।୬।

ତଟନୀ ପୂରିତ ଆବିଳ ଜଳେ,

ସାଗର ସଙ୍ଗମେ ଧବିତା ଖରେ,

ତଟବର୍ତ୍ତୀ ଦ୍ରୁମମାନ ଭସାଇ,

କୁଳଭ୍ରଷ୍ଟା ନାରୀ ସମ ଧସାଇ,

ଅଙ୍ଗଭଙ୍ଗୀ ଛଳେ,

ମିଳେ ଅବାରିତେ ଜଳଧିଜଳେ ।୭।

ବିନ୍ଧ୍ୟଗିରି ଶୋଭା ନୋହେ ବରନି

ହରଇ ମାନସ ଦେଖ ରେ ଧନି,

ମୃଗମୁଖକ୍ଷତ ସୁନୀଳ ତୃଣ,

ନବୋଦ୍‌ଗମ ହୋଇ କି ଶୋଭା ପୁଣ,

ପାଦପ ସରବେ,

ପରିପୂର୍ଣ୍ଣ ଦେଖ ନବପଲ୍ଲବେ ।୮।

ସିକତାମୟ ଏ ବନ ପ୍ରାନ୍ତର,

କୁରଙ୍ଗ କୁଳେ ବା ଶୋହେ ସତ୍ୱର,

ନୀଳକଇଁ-ନେତ୍ରେ ଧାବନ୍ତି ଖରେ,

ଦରଶନେ ପ୍ରାଣ ପୁଲକେ ଭରେ,

ଚଞ୍ଚଳ ମୋ ମତି,

ଜାଗେ ଉତକଣ୍ଠା ପରାଣେ ଅତି ।୯।

ମନ୍ଦ୍ର ନାଦେ ଦିଗ ମନ ପୂରିତ,

ନିଶା ଅନ୍ଧକାର ହୁଏ ତୁରିତ,

ଦୃଶ୍ୟ ନୁହେଁ ଦିଗ ଭୀଷଣ ମେଘେ,

ମାତ୍ର ଚଳେ ଅଭିସାରିକା ବେଗେ,

ଚପଳା ପ୍ରଭାବେ,

ପ୍ରିୟତମ ପାଶେ ସଙ୍କେତ ଠାବେ ।୧୦।

ଅଭିମାନିନୀର ଦରପ ନାଶ,

ରଚିଥିଲା ମାନ ପ୍ରଣୟି-ପାଶ;

ତଡ଼ିତ ଶବଦେ ଭୀତ ପରାଣେ

ଆଲିଙ୍ଗନ କରେ ପ୍ରେମିକେ ଟାଣେ;

ଭୁଲି ଅଭିମାନ,

ଲେଉଟାଇ ଅଙ୍ଗ ପାରୁଶ ଜାଣ ।୧୧।

ପ୍ରୋକ୍ଷିତଭର୍ତ୍ତୃକା ଲଭଇ ଦୁଃଖ,

ନ ଲଭି ପତିର ମିଳନ-ସୁଖ,

ଝରେ ଅଶ୍ରୁବିନ୍ଦୁ ନୟନୁଁ ତାର,

ବିମ୍ୱାଧର ଦିଶେ କି ଛାରଖାର,

 

ପୁଷ୍ପ, ଅଳଙ୍କାର,

ବିଷାଦେ କରିଛି ଅଙ୍ଗୁଁ ବାହାର ।୧୨।

ଅବିଳ ସଲିଳ ସ୍ରୋତ ବହଇ,

ରଜ, ତୃଣ,କୀଟ ତହିଁ ପୂରଇ,

ଭୃଜଙ୍ଗ ପରାୟ ବହେ ପ୍ରଖରେ,

ନିମ୍ନ ଅଭିମୁଖେ କି ତରତରେ,

ଭୟେ ଭେକ ଭେକୀ,

ସର୍ପ ମଣି ତାରେ ଥାନ୍ତି ନିରେଖି ।୧୩।

ମଳିନ କମଳ ବରଷାଧାରେ,

ଅଳି ଖୋଜେ ନବ କୁମୁଦ ବାରେ,

ନ ଲଭି ଶେଷେ ସେ କରେ ଗୁଞ୍ଜନ,

ମତ୍ତ ହୋଇ ଢଳି ଢଳି ବହନ,

ନୃତ୍ୟରତ ବର୍ହୀ,

କଳାପେ ଶେଷରେ ପତିତ ସହି ।୧୪।

ନବ ଜଳଧର ଘୋର ଗର୍ଜ୍ଜନେ,

ପ୍ରତିଦ୍ୱନ୍ଦ୍ୱି-ଶବ୍ଦ ବିଚାରି ମନେ,

ଅରଣ୍ୟ ମାତଙ୍ଗ କମ୍ପାଏ ତାନେ,

ଯୁଦ୍ଧ କରିବାକୁ ତା ସାଥେ ଟାଣେ,

 

ଅଳି ମଦବାରି-

ଯୋଗେ ଅଭିଷିକ୍ତ ଶିର ତାହାରି ।୧୫।

ଉତ୍କଣ୍ଠା ଜଗାଏ ଶିଖରୀ ଆଜି,

ଶ୍ୱେତ-ପଦ୍ମ-ପ୍ରଭ ଜଳଦରାଜି,

ଉପଳ ଶ୍ରେଣୀରେ ଦେଇ ଚୁମ୍ୱନ,

ଖରତରେ ଧାଇଁଯାଏ ବହନ,

କେକୀ ପୁଚ୍ଛ ଟେକି,

ରଚେ ମୋଦେ ନୃତ୍ୟ ସେ ଦୃଶ୍ୟ ଦେଖି ।୧୬।

ବରଷା ସମୀର କି ମୁଗ୍‌ଧକର,

କଦମ୍ୱ, ଅର୍ଜ୍ଜୁନ, ଶାଳ ପ୍ରାନ୍ତର,

ସୁଶୀତଳ ବାୟୁ ବହେ ସଧୀରେ,

କୁସୁମ-ସୌରଭ ବିଞ୍ଚି ଅଧୀରେ,

କାହାର ହୃଦୟ

ନ ହେବ ଏକାଳେ ଆନନ୍ଦମୟ ।୧୭।

ସାଜି ଅଙ୍ଗଲତା କାମିନୀକୁଳ,

ନିତମ୍ବ-ଚୁମ୍ବୀ ତା’ କେଶ ମଞ୍ଜୁଳ,

ସୁଗନ୍ଧ କୁସୁମେ ଭୂଷିତା ସେହି,

ସ୍ତନ ତଟେ ହାର ଶୋଭଇ ରହି,

 

ସୁନ୍ଦର ବଦନୁଁ

ଫୁଟେ ଯା କାନ୍ତି, ଭୁଲି ନୋହେ ମନୁଁ ।୧୮।

ପରବାସୀ ମନେ ଆଣେ ଆବେଗ,

ଜଳଭାରାନତ ନବୀନ ମେଘ,

ବିଦ୍ୟୁଲ୍ଲତା, ଇନ୍ଦ୍ରଧନୁ ଶୋଭିତ,

କୁଣ୍ଡଳେ ବରାଙ୍ଗୀ ସିନା ଭୂଷିତ,

ବିଲୋକି ଏସନ,

ଦହନ ହୁଅଇ ବିରହି-ମନ ।୧୯।

ଫୁଲ୍ଲ କଦମ୍ବ, ବକୁଳ କଳିକା,

କେତକୀ କୁସୁମେ ଗୁନ୍ଥି ମାଳିକା,

ଶିରଭୂଷଣ କରିଛି ଏ ବାଳା,

କର୍ଣ୍ଣେ ଖୋସି ବନମଲ୍ଲୀକା ମାଳା,

ମନ ଇଚ୍ଛା ଯାହା,

ଭୂଷିତେ ସଜ୍ଜିତେ ରମଣୀ ଆହା ।୨୦।

ଜଳଦ-ଆଗମେ ରମଣୀ ଲବେ,

ଅଗୁରୁ ନନ୍ଦନ ସୁଗନ୍ଧ ଦ୍ରବ୍ୟେ,

ଚର୍ଚ୍ଚିତ କରି ଅଙ୍ଗଯଷ୍ଟି ହାସେ,

କୁସୁମ-ଭୂଷଣ ତା’ କେଶପାଶେ,

 

ସନ୍ଧ୍ୟା ଆଗମନେ,

ଶୟନମନ୍ଦିରେ ମିଳେ ସଘନେ ।୨୧।

ପତିବିରହିଣୀ ବାମା ଅନ୍ତର,

ଜଳଦ କରଇ ସିନା କାତର,

ଜଳଭାରାନତ, ନୀଳ, କମ୍ପିତ,

ସମୁନ୍ନତ, ଇନ୍ଦ୍ରଧନୁ ଶୋଭିତ,

ବିଭିନ୍ନ ବରନେ,

ଭୟ ଆଣେ ବିରହିଣୀର ମନେ ।୨୨।

ନବଜଳପାତେ ତାପ ଦୂରିତ,

ପ୍ରଷ୍ଫୁଟିତ ପୁଷ୍ପେ ବନ ପୂରିତ,

କଦମ୍ବ ଛଳେ କି ହାସ ପ୍ରକାଶେ,

ନୃତ୍ୟ ରଚେ ଅବା ପବନ ତ୍ରାସେ,

କେତକୀ ପରାଗ,

ଛଳେ କି ହସେ ବହି ଅନୁରାଗ ।୨୩।

ପ୍ରେମିକ ସଜାଏ ପ୍ରିୟାରେ ଯଥା,

ସଜାଏ ଜଳଦ ନାରୀକୁ ତଥା,

ମଧ୍ୟେ ମାଳତୀ କୁସୁମ ଖଚିତ,

ବକୁଳମାଳା ମସ୍ତକେ ରଚିତ,

 

ଯୂଈ କଳି ସଙ୍ଗେ,

କଦମ୍ବଫୁଲ କର୍ଣ୍ଣଭୂଷା ରଙ୍ଗେ ।୨୪।

ରମଣୀ ଅଙ୍ଗଟି କି କମନୀୟ,

ପୀନସ୍ତନେ ହାର କି ରମଣୀୟ,

ଆୟତ ନିତମ୍ବେ ଶୁକ୍ଳ ବସନ,

କଣ୍ଟକିତ ରୋମରାଜି ବହନ,

ତ୍ରିବଳୀ ତା ଶୋହେ,

କଟି ଶୋଭା ତା’ର ମାନସ ମୋହେ ।୨୫।

କଳା ବଉଦର ମତ୍ତ ପବନ,

ବିରହୀ ପରାଣ ଘାରେ ବହନ,

ଜଳକଣା ଯୋଗେ ଲାଗେ ଶୀତଳ,

କେତକୀ ପରାଗ କି ମନୋହର,

ଫୁଲ ଭାରାନତ,

ଲତିକାରେ ନଚାଏ ସେ ସତତ ।୨୬।

ଗଗନଚୁମ୍ବୀ ଏ ବିନ୍ଧ୍ୟପର୍ବତ,

ଜଳଭାରେ ଯେଉଁ କାଳେ ଆନତ,

ଆଶ୍ରୟ ଦିଅଇ ଆମ୍ଭଙ୍କୁ ବାରେ,

ତା ଯୋଗୁଁ ଆଲିଙ୍ଗଇ ମେଘ ତାରେ,

 

ଶାନ୍ତି ଲଭେ ଗିରି,

ପାଇ ଜଳଦର ଅପୂର୍ବ ଶିରୀ ।୨୭।

କାମିନୀରଞ୍ଜନ ବର୍ଷା ସମୟ,

ଭୋଗପୂର୍ଣ୍ଣ ତଥା ଆନନ୍ଦମୟ,

ତରୁଲତାଙ୍କର ଏ ପ୍ରିୟବନ୍ଧୁ,

ପରାଣ ତୋଷଣେ ଯଥା ସେ ଇନ୍ଦ୍ର,

ହୃଦୟ କାମନା,

ପୂର୍ଣ୍ଣ କର ପ୍ରିୟେ ! ନୋହି ବିମନା ।୨୮।

•••

 

ତୃତୀୟ ସର୍ଗ

ଶରତ୍‌ ବର୍ଣ୍ଣନ

 

(ରାଗ–ଶଙ୍କରାଭରଣ)

ମନୋଜ୍ଞ ରୂପଶାଳିନୀ ଶରତ ସୁନ୍ଦରୀ,

ଚାରୁପଦ୍ମ-ମୁଖ କାଶଫୁଲ-ବାସ ଧରି,

ବଧୁ ରୂପେ ଆସେ ରଙ୍ଗେ,

ହଂସ ନାଦ ନୂପୁର ତା ଶାଳିଧାନ୍ୟ-ଅଙ୍ଗେ ।୧।

ମଧୁର ଶରତେ ସର୍ବେ ଧବଳ ବରନ,

କାଶଫୁଲ ମହୀ, ହଂସେ ନଦୀ ପୁଷ୍ପେ ବନ,

ଜ୍ୟେସ୍ନା ଯୋଗେ ନିଶି ହସି,

ମାଳତୀର ଉପବନ କୁମୁଦେ ସରସୀ ।୨।

ମଦାଳସା ସମ ବହେ ତଟିନୀ ମନ୍ଥରେ,

ଶଫରୀ ନର୍ତ୍ତନ ଛଳେ ପିନ୍ଧି ଶ୍ୱେତାମ୍ବରେ,

ଦୁଇକୁଳ ହଂସରାଜି,

ହାରି ଅବା ତାର, ତଟ-ନିତମ୍ବ ବିରାଜି ।୩।

ନୃପ ସମ ଶୋହେ ପ୍ରିୟେ ! ଆଜି ଏ ଗଗନେ,

ମେଘ ଝରି ରୌପ୍ୟ, ଶଙ୍ଖ, ମୃଣାଳ ବରନ,

ହେଲେ ଜଳକଣା ଶୂନ୍ୟ,

ବିଭକ୍ତ ହୋଇ ଦିଶନ୍ତି ଚାମରରେ ପୂର୍ଣ୍ଣ ।୪।

ଦଳିତ ଅଞ୍ଜନ ସମ ଗଗନ ଶୋଭିତ,

ବଧୂଲି କୁସୁମେ ମହୀ ଦିଶଇ ଲୋହିତ,

ପକ୍ୱଧାନ ଶସ୍ୟ କ୍ଷେତ୍ରେ,

କହ କେ ନ ହେବ ବାଇ ଦେଖି ତାହା ନେତ୍ରେ ।୫।

କଞ୍ଚନ କୁସୁମ ସଖି ! ଚୋରି କରେ ମନ,

ମନ୍ଦ ବାତେ ଦୋଳି କା’ରେ ଡ଼ାକଇ ବହନ,

ମଧୁ ଆଶେ ଏଥି ଅଳି,

ମତ୍ତ ହୋଇ ନାଚେ ଏବେ ଦେଖ ଢଳି ଢଳି ।୬।

ରାଜା ବଢ଼େ ବେଳୁଁ ବେଳ ପ୍ରମଦା ପରାୟ,

ଉଜ୍ଜ୍ୱ୍ୱଳ ତାରକା ତା’ର ବିଭୂଷଣ ନ୍ୟାୟ,

ମେଘ ରୂପ ଓଢ଼ଣାରୁ,

ଜ୍ୟୋସ୍ନା-ଶୁକ୍ଳ ବାସୁଁ ଦିଶେ ଚନ୍ଦ୍ର-ମୁଖ ଚାରୁ ।୭।

ତଟିନୀ ଦୃଶ୍ୟ ପରାଣେ ଦିଏ ତୋଷ ରଙ୍ଗେ,

ନାଚି ନାଚି ହଂସ ଶ୍ରେଣୀ ଭାସନ୍ତି ତରଙ୍ଗେ,

ପଦ୍ମ ପରାଗ ପଟଳେ,

କଳରତଯୁତ ହଂସ ନାଚେ କୁତୂହଳେ ।୮।

ମଧର ଶରତେ ପତିବିଯୋଗିନୀ ନାରୀ,

ବିରହ ବିଷେ ସର୍ବଦା ହେଉଥାଏ ଘାରି,

ହିମବର୍ଷୀ ଚନ୍ଦ୍ର ଦେଖି,

ଦଗ୍‌ଧୀଭୂତ ପ୍ରାଣେ ଥାଏ ଆନନ୍ଦ ଉପେକ୍ଷି ।୯।

ଫଳଭାରାନତା ଧାନ୍ୟକ୍ଷେତ୍ରେ ବାୟୁ ଖେଳ,

ପୁଷ୍ପାନତ ଲତିକା ନଚାଏ କେତେବେଳେ,

ଫୁଲ୍ଲ ପଙ୍କଜ ଶୋଭିତ,

ମୃଣାଳିନୀ ଅଙ୍ଗେ ପୁଣି କରେ ବିକମ୍ପିତ ।୧୦।

ସରୋବର ଦୃଶ୍ୟ ପ୍ରାଣ ହରେ ବାରମ୍ବାର,

ମଦୋନ୍ମତ୍ତ ହଂସ କ୍ରୀଡ଼ା ରଚେ ବକ୍ଷେ ତାର,

ପଦ୍ମଯୋଗେ ବିଭୂଷିତ,

ମନ୍ଦବାତେ ନୃତ୍ୟରତ ତରଙ୍ଗେ ପୂରିତ ।୧୧।

ଲୁପ୍ତ ଆଜି ଇନ୍ଦ୍ରଧନୁ ଜଳଦଗରଭେ,

ବର୍ଷାବିଜୟ ପତାକା-ସୌଦାମିନୀ ଲବେ,

ନାହିଁ ବକପନ୍ତି ନଭେ,

ଜଳଦ ବିଦାୟେ କେକୀ ନୃତ୍ୟ ନ ଆରମ୍ଭେ ।୧୨।

କଦମ୍ବ କୁଟଜେ ବନ ନୋହେ ଭରପୁର,

ନୀରଦ ଗଗନେ ଆଉ ନ ନାଚେ ମୟୁର,

କେକୀ ତେଜିଣ ମଦନ,

କଳହଂସ ସପ୍ତପର୍ଣ୍ଣ ଆଶ୍ରୟେ ତା’ ମନ ।୧୩।

ଶେଫାଳୀ କୁସୁମେ ଆଜ ହସେ ଉପବନ,

ବିହଗ କାକଳୀ ପ୍ରାଣେ ଦିଅଇ ସ୍ପନ୍ଦନ,

ତୃଣଶାୟୀ ମୃଗୀକୁଳ,

ନୟନ କମଳ ମେଲି ଚାହାନ୍ତି ମଞ୍ଜୁଳ ।୧୪।

ବାୟୁ ବିଚିତ୍ର ବିଳାସେ ଉତ୍କଣ୍ଠିତ ମନ,

ପଦ୍ମ, କୁମୁଦ କହ୍ଲାରେ ନଚାଇ ବହନ,

ଶୀତ ସ୍ନିଗ୍‌ଧ ତାହା ଯୋଗେ,

ପତ୍ରାନ୍ତ ଲଗ୍ନ ଶିଶିରେ କ୍ଷରାଏ ସଂଯୋଗେ ।୧୫।

ଗ୍ରାମ ସୀମାନ୍ତ ପରାଣେ ଆଣଇ ପୁଲକ,

ଶାଳିଧାନ୍ୟେ ସମାବୃତ ଏ ପଲ୍ଲୀ ମୁଲକ,

ପରିପୁଷ୍ଟ ଧେନୁ ସର୍ବେ,

ଧ୍ୱନିତ ଗ୍ରାମ ପ୍ରାନ୍ତର ହଂସ କଳରବେ ।୧୬।

ଲଳନା ସୁଷମା ଗଞ୍ଜେ ଶରତ ସୁନ୍ଦରୀ,

ମରାଳ ଗମନ ଫୁଲ୍ଲ ପଦ୍ମ ମୁଖ ଧରି,

ନୀଳକଇଁ ଦୃଷ୍ଟିଭଙ୍ଗୀ

ତରଙ୍ଗ ନିକର ତା’ର କଟାକ୍ଷ ଭ୍ରୁଭଙ୍ଗୀ ।୧୭।

ପୁଷ୍ପଭାର ଅବନତ ପଲ୍ଲବ ତା’ କର,

ଅଶୋକ ସହ ମାଳତୀ ପ୍ରସୂନ ନିକର,

ବାଳା ସୁମଧୁର ହସ,

ସୁଷମା ଆୟତ୍ତ କରେ ଏ କାଳେ ଅବଶ୍ୟ ।୧୮।

ଜଳଦ କୃଷ୍ଣ କୁଞ୍ଚିତ କେଶାଗ୍ରେ ଯୁବତୀ,

ଖୋସିଛି ସରାଗେ ଆହା ଏ ମଧୁ ମାଳତୀ,

ହେମ କୁଣ୍ଡଳ ଶୋଭିତ,

କର୍ଣ୍ଣଯୁଗଳେ ତା’ ନୀଳ କଇଁ ବିରାଜିତ ।୨୯।

ଅସୀମ ଆନନ୍ଦେ ଏବେ ରମଣୀ ସକଳ,

ଚନ୍ଦନ ବାସିତ ହାରେ ମଣ୍ଡି ପୟୋଧର,

କାଞ୍ଚି ଦାମ ନିତମ୍ବରେ,

ରତ୍ନ ରଚିତ ନୂପୁର ଚରଣ କମଳେ ।୨୦।

ମେଘଶୂନ୍ୟ ନଭ ଚନ୍ଦ୍ର, ତାରା ଘେନି ଶୋଭା,

ଜଳାଶୟ ଅପରୂପ ଶିରୀ ମନଲୋଭା,

ଫୁଲ୍ଲ କୁମୁଦେ ଆବୃତ,

ମର୍କତମଣି ଆଭାରେ ଜଳ ଅଳଙ୍କୃତ ।୨୧।

କୁମୁଦ ସଂସର୍ଗେ ଶୀତ ବାୟୁ ବହେ ଜାଣ,

ଜଳଦ ଜାଲ ବିମୁକ୍ତ ସର୍ବଦିଗମାନ,

ପଙ୍କଶୂନ୍ୟ ଏବେ ମହୀ,

ଜଳ ସ୍ୱଚ୍ଛ, ଚନ୍ଦ୍ର ତାରା ଶୋଭା ନୋହେ କହି ।୨୨।

ଯଉବନୀ ନାରୀ ସମ ପଦ୍ମିନୀ ହରଷେ,

ହାଇ ମାରି ଉଠେ ରବି କିରଣ ପରଶେ,

କଇଁ ମଳିନ ଦିଶିଲା,

ପ୍ରବାସିବଧୁ ହାସ କି ଅଧରେ ମିଶିଲା ।୨୩।

ପ୍ରିୟା ବିରହୀ କଷଣ ନ ହୁଏ ବରନି,

ପଦ୍ମଜଳେ ଦେଖି ଚିନ୍ତେ ତା’ କୃଷ୍ଣେ ନୟନୀ,

ନୂପୁରକୁ ହଂସନାଦେ,

ବଧୂଲି କୁସୁମେ ଭାଳେ ପ୍ରିୟାମୁଖ ହାଦେ ।୨୪।

ଶରତ ଦେଲା ପ୍ରମୀଳା ମୁଖେ ଚନ୍ଦ୍ରକାନ୍ତି,

ବଧୂଲି ଫୁଲ ରକ୍ତିମା ଅଧରେ କି ଭ୍ରାନ୍ତି,

ହଂସ କାକଳୀ ନୂପୁରେ,

ରଖି ଅନ୍ତର୍ହିତ ହୋଇଗଲା ବହୁଦୂରେ ।୨୫।

କାମ ଉନ୍ମଦିନୀ ନାରୀ ସମ ଏ ଶରତ,

ଫୁଲ୍ଲ ପଦ୍ମମୁଖୀ, ନୀଳ କଇଁ ନେତ୍ରୀ ସତ,

 

 

 

ପିନ୍ଧ କାଶ ଶୁକ୍ଳ ବାସ,

କୁମୁଦ ସୁନ୍ଦର କାନ୍ତି ଦୁଃଖ କରେ ନାଶ ।୨୬।

•••

 

ଚତୁର୍ଥ ସର୍ଗ

ହେମନ୍ତ ବର୍ଣ୍ଣନ

 

(ରାଗ-କଳସା)

ଚାହୁଁ ଚାହୁଁ ସମବେତ ହେମନ୍ତ ସମୟ,

ଲୋଧ୍ରପୁଷ୍ପ ମନୋରମ, ଧରା ଶସ୍ୟମୟ ।୧।

ପକ୍ୱଶାଳିଧାନ୍ୟ ଆହା ଦିଶେ କି ସୁନ୍ଦର,

ତୁଷାରପାତେ ବିନଷ୍ଟ କମଳ ନିକର ।୨।

ବିଳାସିନୀ ନାରୀ ଏବେ ପୀନପୟୋଧରେ,

କୁଙ୍କୁମ ନ ଲେପେ ଆଉ ଆନନ୍ଦ ମନରେ ।୩।

ତୁଷାର କୁନ୍ଦେନ୍ଦୁ ସମ ସ୍ୱଚ୍ଛ ମଣିହାର,

ନ ଶୋଭଇ ପୟୋଧର ଯୁଗଳେ ତାହାର ।୪।

ଭୁଜଲତିକାରେ ବିଳାସିନୀ ବାଳା ଆଜି,

ଆନନ୍ଦମନେ ବଳୟ ନ ଦିଅଇ ସାଜି ।୫।

ନିତମ୍ବ ନବୀନବାସ ନ ମଣ୍ଡେ ଚଞ୍ଚଳେ,

ସୂକ୍ଷ୍ମବାସ ନ ମଣ୍ଡଇ ଉରଜ ଯୁଗଳେ ।୬।

କନକ-ସୁତ୍ର-ଗ୍ରଥିତ କାଞ୍ଚୀଦାମ ଖରେ,

ଭୂଷଣ ନ କର ବାଳା ନିତମ୍ବ ଦେଶରେ ।୭।

ମଞ୍ଜୁ ନୂପୁର ବିରତେ ହଂସ କଳଧ୍ୱନି,

ରମଣୀ ପଦଯୁଗଳେ ନ ଶୋହେ ଏକ୍ଷଣି ।୮।

ସୁରତ-ଉତ୍ସବେ ମାତି ସୁନ୍ଦରୀ ସକଳ,

ଦାରୁଚୂର୍ଣ୍ଣେ ଚରଚିତ କରି କଳେବର ।୯।

ମୁଖପଦ୍ମ ପତ୍ରଲେଖା ଯୋଗେ ବିଭୂଷିତ,

କେଶକଳାପେ ଅଗୁର ବୋଳେ ମଣି ହିତ ।୧୦।

ରତିଶ୍ରମେ କୃଶାଙ୍ଗୀର ବଦନ-କମଳ,

ପାଣ୍ଡୁର ବରନ ଦିଶେ ନୋହି ମନୋହର ।୧୧।

ପ୍ରିୟରୁଷ୍ଟ-ଦନ୍ତାଘାତେ ପ୍ରପୀଡ଼ିତ ଯେଣୁ,

କରି ନ ପାରଇ ବାଳା ଉଚ୍ଚହାସ୍ୟ ତେଣୁ ।୧୨।

ଶୀତକୋପେ ପୀନସ୍ତନ ମଣ୍ଡି ଉଷ୍ଣବାସେ,

ଆବୃତ କରଇ ବାଳା ସୁମଧୁର ହାସେ ।୧୩।

କଠୋର ସ୍ତନପୀଡ଼ନ ନ ପାରିଣ ସହି,

କାନ୍ଦେ କି ଶିଶିର ଛଳେ ଶୀତ କ୍ଳେଶ ବହି ।୧୪।

ଶସ୍ୟରାଶି ଯୋଗେ ପୂର୍ଣ୍ଣ କ୍ଷେତ୍ର ସୀମାଭାଗ,

ତା ପାଶେ ଚରନ୍ତି ମୃଗେ ବହି ଅନୁରାଗ ।୧୫।

ବକ ମନ୍ଦଧ୍ୱନି ଯୋଗେ କ୍ଷେତ୍ରପ୍ରାନ୍ତସ୍ଥଳ,

ହୁଅଇ ପ୍ରତିଧ୍ୱନିତ ଏକାଳେ କେବଳ ।୧୬।

ପ୍ରଫୁଲ୍ଲ ସୁନୀଳ କଇଁ ଶୋଭିତ ଏ ସର,

ମଦକଳ ହଂସରାଜି ଭୂଷିତ ଆବର ।୧୭।

ନିର୍ମଳ ଜଳରାଶିରେ ପୂର୍ଣ୍ଣ ସରୋବର,

ହରଇ ମାନସ ଯେଣୁ ଅଟେ ସୁଶୀତଳ ।୧୮।

ହିମ-ଶୀକର-ସିକ୍ତ ଏ ମନ୍ଦ ସମୀରଣେ,

ପ୍ରିୟଙ୍ଗୁଲତିକା କମ୍ପମାନା ଅନୁକ୍ଷଣେ ।୧୯।

ପକ୍ୱ ହୋଇ ପାଣ୍ଡୁ ବର୍ଣ୍ଣ ଦିଶଇ ସେ କ୍ଷୀଣ,

ପ୍ରିୟ-ବିରହିଣୀ କୃଶା ଯଥା ଦିନୁଁ ଦିନ ।୨୦।

ପୁଷ୍ପରସମଦ୍ୟେ ସୁରଭିତ କରି ମୁଖ,

ନିଃଶ୍ୱାସର ପଦ୍ମମୁଖ ମଣି ବହୁ ସୁଖ ।୨୧।

ପ୍ରଣୟଯୁଗଳ ଆଜି ମଦିର-ନୟନେ,

ଆଲିଙ୍ଗିଣ ପରସ୍ପରେ ଅଛନ୍ତି ଶୟନେ ।୨୨।

ସମ୍ଭୋଗ ଚିହ୍ନ ବିରାଜେ ଯୁବତୀ ସର୍ବାଙ୍ଗେ,

ଅଧର ଦଶନାଘାତେ କ୍ଷତ ଦେଖ ଆଗେ ।୨୩।

କରଜାଘାତେ ଉରଜ ଛିନ୍ନ ଭିନ୍ନ ଆହା,

ନିର୍ଦ୍ଦୟ ପ୍ରେମାଲିଙ୍ଗନ ଲଭଇ ସେ ଯାହା ।୨୪।

ପ୍ରଭାତ ସୂର୍ଯକିରଣେ ସୁଖକର ମଣେ,

ମଣ୍ଡଇ ବଦନ ବାଳା ଧରି ଦରପଣେ ।୨୫।

ପ୍ରିୟଦନ୍ତ ଚିହ୍ନମାନ ଦେଖି ଲାଜମନେ,

ଏକାକିନୀ ବସି ଭାଳୁଥାଇ ଅନୁକ୍ଷଣେ ।୨୬।

ବାଳସୂର୍ଯ୍ୟକରେ ପୁଣ ଆନ କେଉଁ ନାରୀ,

କାମକେଳି ଶ୍ରମେ ଅଙ୍ଗ ମଣୁଥାଏ ଭାରି ।୨୭।

ରିତିରସେ ପୁହାଇଛି ସାରା ନିଶି ଯେଣୁ,

ତନ୍ଦ୍ରାଳସା ପାଣ୍ଡୁଚକ୍ଷୁ ମୁକ୍ତକେଶା ତେଣୁ ।୨୮।

ଜଳଦ କୃଷ୍ଣ କୁନ୍ତଳା କେଉଁ ନାରୀବର,

ପୀନସ୍ତନଭାରେ ତନୁ ଆନତ ଆବର ।୨୯।

ନୈଶ ସମ୍ଭୋଗ ସୌରଭହୀନ ଫୁଲମାଳ,

ମସ୍ତକୁଁ ଆଣି ସେ ରଞ୍ଜେ କେଶପାଶ ତା’ର ।୩୦।

ଦଶନଘାତେ କା’ ଓଷ୍ଠେ କ୍ଷତ ବିରାଜିତ,

ନୀଳ ଅଳକ ଲମ୍ବିତେ ନୟନ କୁଞ୍ଚିତ ।୩୧।

ଉପଭୁକ୍ତ ଅଙ୍ଗ ଦେଖି ପ୍ରେମିକରେ ଗଞ୍ଜେ,

କୁଙ୍କୁମେ ଅଧର କଞ୍ଚୂକରେ କୁଚ ରଞ୍ଜେ ।୩୨।

ଦୀର୍ଘକାଳ ନୈଶ ରତି-ଶ୍ରମେ କେ ସୁନ୍ଦରୀ,

ଗୁରୁ ପୟୋଧରେ କଣ୍ଟକିତ ରୋମାବଳୀ ।୩୩।

କାମ କେଳି ଶ୍ରମେ ପୁଣ ହୋଇ ବଳହୀନା,

ଲେପଇ ସୁରଭି ତୈଳ ଶରୀରେ ନବୀନା ।୩୪।

ହେମନ୍ତ ଋତୁରେ ପ୍ରିୟେ ! ସକଳ ସୁନ୍ଦର,

ବିଳାସିନୀ ବାଳା ପକ୍ଷେ ମଙ୍ଗଳ ଆବର ।୩୫।

ପକ୍ୱଧାନେ ପରିପୂର୍ଣ୍ଣ ପଲ୍ଲୀ ଏବେ ସିନା,

ବକପନ୍ତି ମାଲ୍ୟ ଶୋହେ ଦେଖ ରେ ନବୀନା ! ।୩୬।

•••

 

ପଞ୍ଚମ ସର୍ଗ

ଶିଶିର ବର୍ଣ୍ଣନ

 

(ରାଗ–ବିଭାସ କେଦାର)

ଯୁବକ ଯୁବତୀ ପ୍ରିୟ ଏ ଶିଶିର,

ସମାଗତ ପ୍ରିୟେ ! ଦେଖ ଗୋ ମହୀର ।୧।

ତ୍ରୋଞ୍ଚଧ୍ୱନି ଶାଳିଧାନ୍ୟେ ପର୍ଣ୍ଣ ଧରା,

କାମବୃତ୍ତି ବୃଦ୍ଧି ଏ ସମୟେ ପରା ।୨।

ରୁଦ୍ଧବାତାୟନ ଅଗ୍ନି ଜଳେ ଘରେ,

ସ୍ପୃହା ଉଷ୍ଣବାସେ ଅବା ସୂର୍ଯ୍ୟ କରେ ।୩।

ଯଉବନବତୀ ପ୍ରମଦା ଏ କାଳେ,

ମହା ଉପଭୋଗ୍ୟ କାଳ ମନେ ଭାଳେ ।୪।

ଚନ୍ଦ୍ରିକା ସମ ଏ ଶୀତଳ ଚନ୍ଦନ,

ସୁରମ୍ୟ ପ୍ରାସାଦ ଘାରେ ନା ଗୋ ମନ ।୫।

ଘନହିମଯୁକ୍ତ ଶୀତ ସମୀରଣ,

ନ କରେ ରଞ୍ଜନ ଆଉ ଜନମନ ।୬।

ହିମରାଶି ପାତେ ସୁଶୀତଳେ ବାତେ,

ଶଶାଙ୍କ କିରଣେ ପାଣ୍ଡୁ ବର୍ଣ୍ଣ ରାତ୍ରେ ।୭।

ତାରକାଭୂଷିତ ରଜନୀ ବହନ,

ନ କରଇ ଚୋରି ଏବେ ଜନମନ ।୮।

ତାମ୍ବୁଳ ସେବନେ, କୁସୁମର ମାଳା,

ସଜାଇଣ ଅଙ୍ଗେ ଏବେ ନବବାଳା ।୯।

ଅଗୁର ବାସିତ ଶୟନ ମନ୍ଦିରେ,

ଚଳେ ରତି ଆଶେ ପତିପାଶେ ଧୀରେ ।୧୦।

ମଦାଳସୀ ବାଳା ଶିଶିର ପ୍ରଭାବେ,

ଅପରାଧୀ ପ୍ରିୟ ଦୋଷକୁ ନ ଭାବେ ।୧୧।

ପାଶୋରିଛି ମାନ ଏ ଶିଶିର ଯୋଗେ,

ଇଚ୍ଛିଣ ପ୍ରେମିକ ମଧୁର ସମ୍ଭୋଗେ ।୧୨।

କାମୁକ ଲଭିଣ ସୁଦୀର୍ଘ ରଜନୀ,

ଉପଭୋଗେ ପ୍ରିୟା ହରଷେ ସଜନି ।୧୩।

କାମଶ୍ରମ ବାଳା ନ ଚାଲେ ବହନେ,

ଦୁର୍ବଳ ତା’ ବକ୍ଷ ପ୍ରିୟ ଆଲିଙ୍ଗନେ ।୧୪।

ଶିଶିରେ ରମଣୀ ଭୂଷଣେ ସର୍ଜ୍ଜିତ,

କାଞ୍ଚୀଦାମେ ବାଳା ଉରଜ ପୀଡ଼ିତ ।୧୫।

କୌଷେୟ ବସନେ ବକ୍ଷ ପାଏ ଶୋଭା,

କେଶପାଶେ ପୁଷ୍ପମାଳ ମନଲୋଭା ।୧୬।

ଶିଶିର ନିଶିରେ କାମୁକ ବହନ,

ବାଳାକୁଚ କରି କୁଙ୍କୁମେ ରଞ୍ଜନ ।୧୭।

ମର୍ଦ୍ଦି ପ୍ରାଣ ଭରି ନିର୍ଦ୍ଦୟ ହୃଦୟେ,

ଉରେ ଉର ଜଡ଼ି ନିଦ୍ରାଗତ ଦ୍ୱୟେ ।୧୮।

ଆବର ଏ ଶୀତେ କାମାର୍ତ୍ତ ଯେ ଜାଣ,

କାମୋଦ୍ରେକକାରୀ ମଦ୍ୟ କରେ ପାନ ।୧୯।

ସୁପେୟ ମଦ୍ୟର ବିନ୍ୟସ୍ତ-ରାଗରେ,

ଲଳନା ନିଃଶ୍ୱାସ ବାୟୁ ବହେ ଖରେ ।୨୦।

ପ୍ରେମିକ ନିର୍ଦ୍ଦୟ ମର୍ଦ୍ଦନେ ବାଳାର,

କୁଚାଗ୍ର କୁଞ୍ଚିତ କିବା ପରକାର ।୨୧।

ଉପଭୋଗଚିହ୍ନ ଦେଖି ସାରା ଅଙ୍ଗେ,

ଲଜ୍ଜାଭରେ ବାଳା ଚାଲେ ଆହା ରଙ୍ଗେ ।୨୨।

ଉଷା ଦେଖି କେବା ନିତମ୍ବିନୀ ନାରୀ,

ଗୃହ ମଣ୍ଡେ ଅଙ୍ଗଲାବଣ୍ୟେ ତାହାରି ।୨୩।

ଅଗୁରୁ ବାସିତ ବିସ୍ରସ୍ତ ସୁମନେ,

କେଶୁଁ ତେଜି ଶଯ୍ୟା ଛାଡ଼ଇ ସଘନେ ।୨୪।

ଲକ୍ଷ୍ମୀ ସମ ଆହା ଗୃହବଧୂମାନେ,

ପ୍ରାତଃକର୍ମ ଅନ୍ତେ ପୁଲକିତ ପ୍ରାଣେ ।୨୫।

ସ୍ୱର୍ଣ୍ଣ ପଦ୍ମ କାନ୍ତି ଆରକ୍ତ ନୟନ,

କେଶ ଲୋଟୁଥାଇ କନ୍ଧରେ ବହନ ।୨୬।

ଅବଳା କେ ଘନ ଜଘନର ଭାରେ,

ଆନତ ତାହାର ମଧ୍ୟଭାଗ ବାରେ ।୨୭।

ପୀନସ୍ତନ ଭାରେ ଧୀରେ ଧୀରେ ଚାଲେ,

ସୁରତବିନ୍ୟାସ ତେଜିଣ ଲଜ୍ଜାରେ ।୨୮।

ଉପଭୁକ୍ତା ନାରୀ ଅଙ୍ଗେ ନଖକ୍ଷତ,

ଅଧର ପଲ୍ଲବେ ଦନ୍ତକ୍ଷତ ଶତ ।୨୯।

ପ୍ରଭାତେ ବିଲୋକି ଏ କାମ ଲକ୍ଷଣ,

ହସି ହସି ପଦ କରେ ସଂଚାଳନ ।୩୦।

ହୃଦୟେଶ୍ୱରି ! ଏ ଶିଶିର ସମୟ,

ଧରା ଶାଳିଧାନ୍ୟ, ଇକ୍ଷୁରସ-ମୟ ।୩୧।

ଦର୍ପକ ଦର୍ପଟି ବଡ଼ ଭୟଙ୍କର,

ବିରହୀ ପକ୍ଷରେ ବଞ୍ଚିବା ଦୁଷ୍କର ।୩୨।

•••

 

ଷଷ୍ଠ ସର୍ଗ

ବସନ୍ତ ବର୍ଣ୍ଣନ

 

(ରାଗ-ରସକୁଲ୍ୟା)

ସୁରତି ଲାଳସା ପରାଣ ନାଶେ,

ବିଦ୍ଧ ଆଶେ ଯୋଦ୍ଧା ବସନ୍ତ ଆସେ,

ପ୍ରସ୍ଫୁଟିତ ଆମ୍ର ମୁକୁଳ ଶର,

ଅଳିପଂକ୍ତି ଧନୁଗୁଣ ଆବର,

ଆଗତ ମହୀରେ ପ୍ରିୟା ଗୋ,

ଦେଖି ବସନ୍ତର ଏହି ଯୋଦ୍ଧୃବେଶ

ବିଚଳିତ କାମିହିଆ ଗୋ ।୧।

ସକଳ ସୁନ୍ଦର ବସନ୍ତେ ଆଜି,

ବୃକ୍ଷେ ପୁଷ୍ପ, ଜଳେ କମଳରାଜି,

ଅଙ୍ଗନା ପୀଡ଼ିତା ମଦନ- ବାଣେ,

ସୁଗନ୍ଧ ପବନ ମୋହେ ପରାଣେ,

ସାୟଂକାଳ ସୁଖକର ଗୋ,

ଦିବାଭାଗ ରମ୍ୟ ଆହା ଏ ବସନ୍ତେ

ସବୁ ସିନା ମନୋହର ଗୋ ।୨।

ସଜାଇବା ଆଶେ ସଭିଙ୍କ ହସ୍ତେ,

ଋତୁରାଜ ଆସିଅଛି କି ସତେ,

ମନୋରମ ଦେଖ ଏ ପୁଷ୍କରିଣୀ,

ମଣି ମେଖଳାରେ ମଣ୍ଡେ କାମିନୀ,

ତରୁ ଶୋଭାପାଏ ଫୁଲେ,

ସୌଭାଗ୍ୟ ସଜ୍ଜାରେ ସମଳଙ୍କୃତ ଗୋ

ସକଳେ ବସନ୍ତ ତୁଲେ ।୩।

କୁସୁମ୍ଭକୁସୁମ ଅରୁଣ ରାଗେ,

ମନୋହର ବାସ ମଣ୍ଡି ସରାଗେ,

ନିତମ୍ବଯୁଗ ଏ ରମଣୀ ବର,

ରକ୍ତାଭ କୁଙ୍କୁମେ କୁଚଯୁଗଳ,

ଧରଇ ଅପୂର୍ବ ଶିରୀ ଗୋ,

ଦେଖିଲେ ପରାଣେ ପୁଲକ ଜାଗଇ

ଗତି କରେ ଥିରି ଥିରି ଗୋ ।୪।

କର୍ଣ୍ଣିକାର କର୍ଣ୍ଣଯୁଗଳେ ଶୋହେ,

ଘନକୃଷ୍ଣ କେଶ ମାନସ ମୋହେ,

ଖଚିତ ହୋଇଛି ଅଶୋକ ଫୁଲେ,

ନବମଲ୍ଲୀ ପୁଣ ଅଛି ତା ତୁଲେ,

ଦିଶଇ କେମନ୍ତ ଶୋଭା ଗୋ,

ମଧୁର ବସନ୍ତେ ଏ ମୋହନ ଛବି

ଆହା ଜନମନଲୋଭ ଗୋ ।୫।

କାମାତୁରା ନିତମ୍ବିନୀ ସକଳେ,

ପୀନସ୍ତନଶୋଭୀ ହୃଦୟସ୍ଥଳେ,

ଚନ୍ଦନ ବିଲିପ୍ତ ମୁକୁତାହାର,

ବଳୟ କେୟୁର ଭୁଜଲତାର,

ଜଘନେ ମେଖଳା ଦାମ ଗୋ,

ପରିଧାନ କରି ଯଉବନୀ ଦିଶେ

ସତେ କିବା ଶୋଭାଧାମ ଗୋ ।୬।

ବିଳାସିନୀ ବାଳା ହେମ କମଳ-

ବଦନେ ରଚିତ ପତ୍ର ସୁନ୍ଦର,

ତହିଁ ପରେ ସ୍ୱେଦବିନ୍ଦୁ ବିରାଜେ,

କି ସୁନ୍ଦର ଆହା ଦେଖ ସେ ସାଜେ,

ମନେ ମୋ ହୁଏ ପରତେ ଗୋ,

ରତ୍ନଜାଲ ମଧ୍ୟେ ମୁକ୍ତାଜାଳ କିବା

ଖଚିତ ହୋଇଛି ସତେ ଗୋ ।୭।

ବସନ୍ତ ପ୍ରଭାବ ଦେଖ ସରାଗେ,

ପ୍ରିୟ ଥିଲେ ସୁଦ୍ଧା କାମିନୀ ଆଗେ,

ବିରହତାପିତା ପରାୟ ଦିଶେ,

ମଦନ ସନ୍ତାପ ପାଇଛି କି ସେ,

ଉଚ୍ଛ୍ୱସିତ କଳେବର ଗୋ,

ରହି ରହି କ୍ଷଣେ ପରକ୍ଷଣେ ପୁଣି

ଶିଥିଳ ହୁଏ ଆବର ଗୋ ।୮।

ଏକେ ତ ବସନ୍ତ ପ୍ରକୋପ ଟାଣ,

ତାର ସଙ୍ଗେ ପୁଣି ମଦନବାଣ,

ଦେଖ ଦେଖ ଏବେ ନାରୀ ଅବସ୍ଥା,

ପାଣ୍ଡୁବର୍ଣ୍ଣ ଅଙ୍ଗଲତିକା ତଥା,

ଅଳସେ ମାରଇ ହାଇ ଗୋ,

ଫୁଟି ଉଠେ ଅଙ୍ଗ ଲାବଣ୍ୟ, ତରଙ୍ଗ

ସରୋବରେ ଯଥା ଛାଇ ଗୋ ।୯।

ରମଣୀ ଆପାଦମସ୍ତକେ ଆଜ,

ନାନା ରୂପେ ଖେଳେ ମଦନରାଜ,

ମଦିର ନୟନେ ଚଞ୍ଚଳ ପଣେ,

ଗଣ୍ଡେ ପାଣ୍ଡୁବର୍ଣ୍ଣେ, କୁଚେ କଠିନେ,

ନିମ୍ନ ନାଭି, କଟିଦେଶେ ଗୋ,

ସ୍ଥୂଳତା ଆଚରେ ଜଘନେ ତାହାର

କିବା ନବ ନବ ବେଶେ ଗୋ ।୧୦।

ଗଦଗଦ ମଦମିଶା ବଚନ,

ପ୍ରମଦାର କରିଅଛି ମଦନ,

ଜଟିଳ କଟାକ୍ଷ-ନୟନ-ଠାଣି,

ବିହିଛି ତା ସାଥେ କୃଶାଙ୍ଗୀ ଜାଣି,

ରମଣୀ ସର୍ବାଙ୍ଗେ ଆଜ ଗୋ,

ଏ ନବ ବସନ୍ତେ ନିଦ୍ରା- ଜଡ଼ବତ

ଆଚରିଛି କାମରାଜ ଗୋ ।୧୧।

ବିଳାସିନୀ ବାଳା ସେ ମଦାଳସୀ,

ମଧୁର ବସନ୍ତେ ଅଳପ ହସି,

ପ୍ରିୟଙ୍ଗୁ ପରାଗ ସୁରଭି ପୁଣ,

କୁଙ୍କୁମ ମୃଗନାଭି ସର୍ବରଣ,

ମିଶାଇ ଚନ୍ଦନରସେ ଗୋ,

କୁଚ କୋଳନଦ ମଣ୍ଡନ କରିଛି

ଆହା କି ନବ ହରଷେ ଗୋ ।୧୨।

କାମମଦେ ହୋଇ ଅଳସ-ଅଙ୍ଗୀ,

ତେଜି ଗରୁ ବାସ ଆଜି ବରାଙ୍ଗୀ,

ଲାକ୍ଷାରସେ ଯେଉଁ ବାସ ରଞ୍ଜିତ,

ସୁଗନ୍ଧି ଅଗୁରୁ ବାସେ ବାସିତ,

ସୁକ୍ଷ୍ମ ବାସ ଆଣି ତୁରା ଗୋ,

ମଣ୍ଡେ ଅପଘନ ଏ ମଧୁ ବସନ୍ତେ

ପୁଲକିତ ପ୍ରାଣେ ପରା ଗୋ ।୧୩।

ରସାଳ- ବକୁଳ- କ୍ଷରିତ ମଦ୍ୟ,

ପାନ କରି ପ୍ରେମେ କୋକିଳ ଅଦ୍ୟ,

ପ୍ରେମାସକ୍ତ ପ୍ରାଣେ ଚୁମ୍ବେ ପ୍ରିୟାରେ,

ଆଦ ଦିଗେ ଅଳି ମତ୍ତ ହିଆରେ,

ଗୁଣୁଗୁଣୁ ଶବ୍ଦ ଛଳେ ଗୋ,

ଭ୍ରମରୀ ସମୀପେ ଚାଟୁବାଣୀ କହି

ନାଚୁଥାଏ କୁତୁହଳେ ।୧୪।

ତାମ୍ର ବର୍ଣ୍ଣ ନବ ପଲ୍ଲବ ମାଳେ,

ଈଷତ ଆନତ ଏ ସହକାରେ,

ଶାଖାରେ ତା ପୂର୍ଣ୍ଣ ମୁକୁଳରାଜି,

ବାୟୁ ବିଧୁନିତ ହୋଇଣ ଆଜି,

ବସନ୍ତ-କୋପ-ପୀଡ଼ିତା ଗୋ,

ଯୁବତୀ ମାନସେ ଜଗାଇ ପ୍ରଣୟ

କରେ ତାକୁ ଉତ୍କଣ୍ଠିତା ଗୋ ।୧୫।

ଅଶୋକ ନବୀନ ଦଳେ ଶୋଭିତ,

ପ୍ରବାଳ ପରାୟ ପୁଷ୍ପେ ପୂରିତ,

ମୂଳୁଁ ଚୂଳ ଯାଏ ପୁଷ୍ପମଣ୍ଡିତ,

ଦେଖି ନେତ୍ରେ ବିରହିଣୀର ଚିତ୍ତ,

ହୁଅଇ ଅଧୀର ସିନା ଗୋ,

ଏ ମଧୁ ବସନ୍ତେ ମଧୁମୟ ଦୃଶ୍ୟେ

ପ୍ରାଣବଲ୍ଲଭର ବିନା ଗୋ ।୧୬।

ବକୁଳେ ରସାଳ ଦିଶେ ଶୋଭନ,

ମତ୍ତଅଳି ଚୁମ୍ବେ ତା’ର ବଦନ,

ମୃଦୁ ମନ୍ଦ ବାତେ ପଲ୍ଲବ ରାଜି,

ଦୋଳନ୍ତି କେସନ ଦେଖ ଗୋ ଆଜି,

ଦେଖି ଏ ଶୋଭା ସମ୍ପଦ ଗୋ,

କାମିନୀ ପରାଣେ ଜାଗେ କାମବୃତ୍ତି

ଆସଇ ତାର ବିପଦ ଗୋ ।୧୭।

ପ୍ରିୟତମା ମୁଖ କାନ୍ତି ସମାନ,

କାନ୍ତି ଧରେ କୁରୁବକ ପ୍ରମାଣ,

ଅନିର୍ବଚନୀୟ ସୁଷମା ତାର,

ଦର୍ଶକ ମାନସେ ଚିନ୍ତା ଅପାର,

କହ ଅବା କାହା ମନ ଗୋ,

ମନମଥ ବାଣେ ନ ହୋଇବ ଘାରି

ବିଲୋକି ଦୃଶ୍ୟ ଏସନ ଗୋ ।୧୮।

ଦୀପ୍ତ ଅଗ୍ନି ସମୁଜ୍ଜ୍ୱଳ ବରନ,

କାନ୍ତି ଧରି ଏହି ପଲାଶ ବନ,

ପୁଷ୍ପଭାରେ ଅବନତ ସତତ,

ମନ୍ଦ ସମୀରଣେ ଦୋଳେ ନିରତ,

ସମଗ୍ର ଏ ବନସ୍ଥଳୀ ଗୋ,

ରକ୍ତ-ବାସ-ପରି- ହିତା ନବବଧୁ

ଶୋଭାକୁ ଯାଉଛି ବଳି ଗୋ ।୧୯।

କିଂଶୁକ କୁସୁମ କି ମନୋହର,

ଶୁକ ମୁଖ ଛବି ସମ ସୁନ୍ଦର,

କର୍ଣ୍ଣିକାର ଜ୍ୱାଳା ଦିଏ ଯୁବକେ,

କୋକିଳ ବେଦନା ଜଗାଏ ବକ୍ଷେ,

ଆଘାତପ୍ରାପ୍ତ ବିରହୀ ଗୋ,

ମୃତୁବ୍ୟକ୍ତି ପରେ ଖଡ଼ଗ ପ୍ରହାର

ସମ ମୁଁ ଏହା ମଣଇ ଗୋ ।୨୦।

ପିକ କୁହୁ ତାନ କି ମନୋହର,

ଆନନ୍ଦବର୍ଷୀ ସେ ରୋମାଞ୍ଚକର,

ମଦମତ୍ତ ଅଳି ମଧୁଗୁଞ୍ଜନେ,

ସ୍ୱଭାବତଃ ଲଜ୍ଜାଶୀଳାର ମନେ,

ପୁଲକ ଜଗାଏ ହେଳେ ଗୋ,

ନ ପାରେ ସହି ସେ ମନମଥ ତାପ

ଏ ମଧୁ ବସନ୍ତ ବେଳେ ଗୋ ।୨୧।

ନୀହାର ପତନ ନାହିଁ ଗୋ ସହି,

ଚଉଦିଗେ ପିକ ଝଙ୍କାରେ ରହି,

ମୁକୁଳ ଶୋଭିତ ଏ ସହକାର,

ଶାଖାମାନ କମ୍ପେ ସମୀରେ ତା’ର,

ପାଗଳ କରଇ ନରେ ଗୋ,

ହରଇ ସବୁରି ମାନସ ସତତ

ଘାରଇ ମଦନ-ଶରେ ଗୋ ।୨୨।

ନବୀନ ବଧୁର ଭ୍ରମ ସୁନ୍ଦର,

ସମ କୁନ୍ଦ ଫୁଲ କି ମନୋହର,

ଦୀପ୍ତିମୟ ହୋଇ ଉଦ୍ୟାନ ଶୋଭେ,

ମୁନି ମନ ସୁଦ୍ଧା କ୍ଷଣକେ ମୋହେ,

କାମାନ୍ଧ ଯୁବକ ମନ ଗୋ,

ନ ହେବ କି ଘାରି ଉଷତେ ତା ହେରି

ପଡ଼ିଲେ ବାରେ ନୟନ ଗୋ ।୨୩।

ବାଳା ଅଙ୍ଗ ଯଷ୍ଟି ଆଜ ବସନ୍ତେ,

ମନମଥ ବାଣେ ଶିଥିଳ ସତେ,

ନିତମ୍ବ କାଞ୍ଚୀ ତା ବିସ୍ରସ୍ତେ ଦୋଳେ,

ହାର ଲମ୍ବେ କୁଚ ଯୁଗଳେ ଭୋଳ,

ହୁଏ ଏବେ ଆନମନା,

ପୁରୁଷ ମାନସ ନିମିଷେ ଟଳଇ

ଦର୍ଶନେ ହୁଅଇ ବଣା ।୨୪।

ଗିରି ଅପରୂପ ବର୍ଶନେ ମନ,

ବିମୋହିତ ଆଜ ହୁଏ ବହନ,

ପ୍ରାନ୍ତ ଭାଗ ଶୋହେ ନାନା ସୁମନେ,

ସାନୁଦେଶ ପିକ ସ୍ୱରେ ସଘନେ,

ବିକମ୍ପିତ ହୁଏ ଆଜି,

ଶିଳାଜତୁ ମଧୁ ଗନ୍ଧେ ଆମୋଦିତ

ଏବେ ଶିଳାପଟରାଜି ।୨୫।

ଭୋଗ୍ୟ, ସୁଖକର ଏହି ବସନ୍ତେ,

ବିରହ ପରାଣେ ଘାରେ ଉଷତେ

କମ୍ପେ ଅଙ୍ଗ ଆମ୍ର ମୁକୁଳେ ଚାହିଁ,

ପାଗଳ ହୁଏ ସେ ସୌରଭ ପାଇ,

ବସି ସେ ବିଜନ ବନେ,

ବ୍ୟଥିତ ପରାଣେ ବୁହାଏ ନୟନୁଁ

ଅଶ୍ରୁଧାର ଅନୁକ୍ଷଣେ ।୨୬।

ଅଭିମାନିନୀର ମାନ ଉପରେ,

ବସନ୍ତ ପକାଏ ବଜ୍ର ସତ୍ୱରେ,

ମତ୍ତ ଅଳି, ପିକ ମୃଦୁ ଝଙ୍କାର,

ପୁଣି ପ୍ରସ୍ଫୁଟିତ ଯେ କର୍ଣ୍ଣିକାର,

କି ଅବା ମଦନ ବାଣ ଗୋ,

ମାନିନୀ ପରାଣେ କାମନା ଜଗାଏ

ଭାଙ୍ଗିବାକୁ ମନଟାଣ ଗୋ ।୨୭।

କିଂଶୁକ କୁସୁମ କୋଦଣ୍ଡ ଯାର,

ଧନୁଗୁଣ ଅଳି ପଂକ୍ତି ବିଚାର,

ଅକଳଙ୍କ ଚନ୍ଦ୍ର ଯା ଶୁକ୍ଳଛତ୍ର

ମଳୟ ମାତଙ୍ଗ ଯା’ର ସର୍ବତ୍ର

କୋକିଳ ଯାହାର ଭାଟ ଗୋ,

ଆମ୍ର ମୁକୁଳ ଯା’ ଶାୟକ ସେ ମଧୁ

ଅଟେ ସିନା ଋତୁରାଟ ଗୋ ।୨୮।

•••

 

ଋତୁ ସଂହାରମ୍

ପ୍ରଥମଃ ସର୍ଗଃ

 

ଗ୍ରୀଷ୍ମବର୍ଣ୍ଣନମ୍

ପ୍ରଚଣ୍ଡ-ସୂର୍ଯ୍ୟଃ ସ୍ପୃହଣୀୟ-ଚନ୍ଦ୍ରମାଃ

ସଦାବଗାହକ୍ଷତ-ବାରି-ସଞ୍ଚୟଃ ।

ଦିନାନ୍ତରମ୍ୟୋଽଭ୍ୟୁପଶାନ୍ତମନ୍ମଥୋ

ନିଦାଘ-କାଳୋଽୟମୁପାଗତଃ ପ୍ରିୟେ ! ।୧।

ନିଶାଃ ଶଶାଙ୍କକ୍ଷତନୀଳରାଜୟଃ

କ୍ୱଚିଦ୍ ବିଚିତ୍ର ଜଳଯନ୍ତ୍ରମନ୍ଦିରମ୍ ।

ମଣିପ୍ରକାରାଃ ସରସଞ୍ଚ ଚନ୍ଦନଂ

ଶୁଚୌ ପ୍ରିୟେ ! ଯାନ୍ତି ଜନସ୍ୟ ସେବ୍ୟତାମ୍ ।୨।

ସୁବାସିତଂ ହର୍ମ୍ୟତଳଂ ମନୋହରଂ

ପ୍ରିୟାମୁଖୋଚ୍ଛ୍ୱାସବିକମ୍ପିତଂ ମଧୁ ।

ସୁତନ୍ତ୍ରି-ଗୀତଂ ମଦନସ୍ୟ ଦୀପନଂ

ଶୁଚୌ ନିଶୀଥେଽନୁଭବନ୍ତି କାମିନଃ ।୩।

 

ନିତମ୍ବବିମ୍ବୈଃ ସଦୁକୂଳମେଖଳୈଃ

ସ୍ତନୈଃ ସହାରାଭରଣୈଃ ସଚନ୍ଦନୈଃ ।

ଶିରୋରୁହୈଃ ସ୍ନାନକଷାୟ-ବାସିତୈଃ

ସ୍ତ୍ରିୟୋ ନିଦାଘଂ ଶମୟନ୍ତି କାମିନାମ୍ ।୪।

ନିତାନ୍ତଲାଷାରସରାଗଲୋହିତୈ

ର୍ନିତମ୍ବିନୀନାଞ୍ଚରଣୈଃ ସନୁପୁରୈଃ ।

ପଦେ ପଦେ ହଂସରୁତାନୁକାରିଭି-

ର୍ଜନସ୍ୟ ଚିତ୍ତଂ ତ୍ରିୟତେ ସମନ୍ମଥମ୍ ।୫।

ପ୍ରୟୋଧରାଶ୍ଚନ୍ଦନପଙ୍କ-ଚର୍ଚ୍ଚିତା-

ସ୍ତୁଷାର-ଗୌରାର୍ପିତହାର-ଶେଖରାଃ ।

ନିତମ୍ବଦେଶାଶ୍ଚ ସହେମମେଖଳାଃ

ପ୍ରକୁର୍ବତେ କସ୍ୟ ମନୋ ନ ସୋତ୍ସୁକମ୍ ।୬।

ସମୁଦ୍‌ଗତ-ସ୍ୱେଦଚିତାଙ୍କ-ସନ୍ଧୟୋ

ବିମୁଚ୍ୟ ବାସାଂସି ଗୁରୁଣି ସାମ୍ପ୍ରତମ୍ ।

ସ୍ତନେଷୁ ତନ୍ୱଂଶୁକମୁନ୍ନତସ୍ତନା

ନିବେଶୟନ୍ତି ପ୍ରମଦାଃ ସଯୌବନାଃ ।୭।

ସଚନ୍ଦନାମ୍ବୁବ୍ୟଜନୋଦ୍ଭବାନିଳୈଃ

ସହାରଯଷ୍ଟିସ୍ତନମଣ୍ଡଳାର୍ପଣୈଃ ।

ସବଲ୍ଲକୀ କାକଳିଚୀତନିସ୍ୱନୈ-

ର୍ବବୋଧ୍ୟତେ ସୁପ୍ତ ଇବାଦ୍ୟ ମନ୍ମଥଃ ।୮।

ସିତେଷୁ ହର୍ମ୍ୟେଷୁ ନିଶାସୁ ଯୋଷିତାଂ

ସୁଖପ୍ରସୁପ୍ତାନି ମୁଖାନି ଚନ୍ଦ୍ରମାଃ ।

ବିଲୋକ୍ୟ ନୂନଂ ଭୃଶମୁତ୍ସୁ କଶ୍ଚିରଂ

ନିଶାକ୍ଷେ ଯାତି ହ୍ରିୟେବ ପାଣ୍ଡୁତାମ୍ ।୯।

ଅସହ୍ୟବାତୋଦ୍ଧତରେଣୁମଣ୍ଡଳା

ପ୍ରଚଣ୍ଡ-ସୂର୍ଯ୍ୟାତପ-ତାପିତା ମହୀ ।

ନ ଶକ୍ୟତେ ଦ୍ରଷ୍ଟୁମପି ପ୍ରବାସିଭିଃ

ପ୍ରିୟାବିୟୋଗାନଳଦଗ୍‌ଧମାନସୈଃ ।୧୦।

ମୃଗାଃ ପ୍ରଚଣ୍ଡାତପତାପିତା ଭୃଶଂ

ତୃଷା ମହତ୍ୟା ପରିଶୁଷ୍କ-ତାଳବଃ ।

ବନାନ୍ତରେ ତୋୟମିତି ପ୍ରଧାବିତ ।

ନିରୀକ୍ଷ୍ୟ ଭିନ୍ନାଞ୍ଜନସନ୍ନି ଭନ୍ନଭଃ ।୧୧।

ସବିଭ୍ରମୈଃ ସସ୍ମିତଜିଦ୍ମ ବୀକ୍ଷିତୈ

ର୍ବିଳାସବତ୍ୟୋ ମନସି ପ୍ରବାସିନାମ୍ ।

ଅନଙ୍ଗ-ସନ୍ଦୀପନମାଶୁ କୁର୍ବତେ

ଯଥା ପ୍ରଦୋଷାଃ ଶଶିଚାରୁଭୁଷଣାଃ ।୧୨।

ରବେର୍ମୟୁଖୈରଭିତାପିତୋ ଭୃଶଂ

ବିଦହ୍ୟମାନଃ ପଥି ତପ୍ତପାଂଶୁଭିଃ ।

ଅବାଙ୍‌ମୁଖୋଽଜିହ୍ମଗତିଃ ଶ୍ୱସନ୍ମୁହୁଃ

ଫଣୀ ମୟୁରସ୍ୟ ତଳେ ନିଷୀଦତି ।୧୩।

ତୃଷା ମହତ୍ୟା ହତବି ମୋଦ୍ୟମଃ

ଶ୍ୱସନ୍ ମୁହୂର୍ଦର-ବିଦାରିତାନନଃ ।

ନ ହନ୍ତ୍ୟଦୂରେଽପି ଗଜାନ ମୃଗେଶ୍ୱରୋ

ବିଲୋଳଜିହ୍ୱଶ୍ଚଳିତାଗ୍ରକେଶରଃ ।୧୪।

ବିଶୁଷ୍କକଣ୍ଠାହୃତଶୀକରାମ୍ଭସେ ।

ଗଭସ୍ତିଭିର୍ଭାନୁମତୋଽନୁ ତାପିତାଃ ।

ପ୍ରବୃଦ୍ଧତୃଷ୍ଣୋପହତା ଜଳାର୍ଥିନୋ

ନ ଦନ୍ତିନଃ କେଶରିଣୋଽପି ବିଭ୍ୟତି ।୧୫।

ହୁତାଗ୍ନତକଳ୍ପୈଃ ସବିତୁର୍ଗଭସ୍ତିଭିଃ

କଳାପିନଃ କ୍ଳାନ୍ତଶରୀରଚେତନାଃ

ନ ଭୋଗିନଂ ଘ୍ନନ୍ତି ସମୀପବର୍ତ୍ତିନଂ

କଳାପଚତ୍ରେଷୁ ନିବେଶିତାନନମ୍ ।୧୬।

ସଭଦ୍ରମୁକ୍ତଂ ପରିଶୁଷ୍କକର୍ଦ୍ଦମଂ

ସରଃ ଖନନ୍ନାୟତପୋତ୍ରମଣ୍ଡଳୈଃ ।

ରବେର୍ମୟୂଖେରଭିତାପିତୋ ଭୃଶଂ

ବରାହଯୂଥୋ ବିଶତୀବ ଭୂତଳମ୍ ।୧୭।

ବିବସ୍ୱତା ତୀକ୍ଷ୍‌ଣତରାଂଶୁମାଳନା

ସପଙ୍କତୋୟାତ୍ ସରସୋଽଭିତାପିତଃ ।

ଉତ୍‌ପ୍ଲୁତ୍ୟ ଭେକସ୍ତୃଷିତସ୍ୟ ଭୋଗିନଃ

ଫଣାତପତ୍ରସ୍ୟ ତଳେ ନିଷୀଦିତ ।୧୮।

ସମୁଦ୍ଧତାଶେଷମୃଣାଳଜାଲକଂ

ବିପନ୍ନମୀନଂ ଦ୍ରୂତଭୀତସାରସମ୍ ।

ପରସ୍ପରୋତ୍‌ପୀଡନ ସଂହତୈର୍ଗଜୈଃ

କୃତଂ ସରଃ ସାନ୍ଦ୍ରବିମର୍ଦ୍ଦ କର୍ଦ୍ଦମମ୍ ।୧୯।

ରବିପ୍ରଭୋଦ୍ଭିନଶିରୋମଣିପ୍ରଭୋ

ବିଲୋଲଜିହାଦ୍ୱୟଲୀଢ଼ମାରୁତଃ ।

ବିଷାଗ୍ନିସୂର୍ଯ୍ୟାତପତାପିତଃ ଫଣୀ

ନୁହନ୍ତି ମଣ୍ଡୂକକୁଳଂ ତ୍ୱଷାକୁଳଃ ।୨୦।

ସଫେନଲୋଳୟତବକ୍ରସମ୍ପଟଂ

ବିନିଃସୃତାଲୋହିତଜିହ୍ନମୁନ୍ମୁଖମ୍ ।

ତୃଷାକୁଳଂ ନିଃସୃତମଦ୍ରିଗହରା

ଦବେଷମାଣଂ ମହିଷୀକୁଳଂ ଜଳମ୍ ।୨୧।

ପଟୁତରଦବଦାହୋଚ୍ଛୁଷ୍କସ୍ୟପ୍ରରୋହାଃ

ପରୁଷପବନବଗାତ୍ କ୍ଷିପ୍ତଶୁଷ୍କପର୍ଣ୍ଣାଃ ।

ଦିନକରପରିତାପକ୍ଷଣତେ ୟାଃସମନ୍ତାଦ

ବିଦଧତି ଭୟମୁଚୈର୍ବୀଷ୍ୟମାଣା ବନାନ୍ତାଃ ।୨୨।

ଶ୍ୱସିତି ବିହଗବର୍ଗଃ ଶୀର୍ଣ୍ଣପର୍ଣ୍ଣଦ୍ରୁ ମତ୍ସଃ ।

କପିକୁଳମୁପଯାତି କ୍ଲାନ୍ତମଦ୍ରୋର୍ନିକୁଞ୍ଜମ୍ ।

ଭ୍ରମତି ଗବୟଯୁଥଃ ସର୍ବତଃ ତୋୟମିଚ୍ଛନ୍

ଶରଭକୁଳମଜିହ୍ନଂ ପ୍ରେଦ୍ଧରତ୍ୟମ୍ବୁ କୁପାତ୍ ।୨୩।

ବିକଚନବକୁ ସୁମ୍ଭସ୍ୱଚ୍ଛସିନ୍ଦଭରଭାସା

ପ୍ରବଳପବନବେଗେଦ୍ଭୁତବେଗେନ ତୂର୍ଣ୍ଣମ୍ ।

ସଟବିଟପଲତାଗ୍ରାଲିଙ୍ଗନବ୍ୟାକୁଳେନ

ଦିଶି ଦିଶି ପରିଦଗ୍‌ଧା ଭୁମୟଃ ପାବକେନ ।୨୪।

ଜ୍ୱଳତି ପବନବୃଦ୍ଧଃ ପର୍ବତାନାଂ ଦରୀଷୁ

ସ୍ଫୁଟତି ପଟୁନିନାଦୈଃ ଶୁଷ୍କବଂଶସ୍ଥଳୀଷୁ ।

ପ୍ରସରତି ତୃଣମଧ୍ୟଂ ଲବ୍‌ଧବୃଦ୍ଧିଃ କ୍ଷଣେନ

ଗ୍ଲପୟତି ମୃଗବର୍ଗଂ ପ୍ରାନ୍ତଲଗ୍ନୋ ଦବାଗ୍ନିଃ ।୨୫।

ବହୁତର ଇବ ଜାତଃ ଶାଲୁଳୀନାଂ ବନେଷୁ

ସ୍ଫୁରତି ଜନକଗୌରଃ କୋଟରେଷୁ ଦ୍ରୁମାଣାମ ।

ପରିଣତଦଳଶାଖାନୁତ୍‌ପତନ୍ ପ୍ରାଂଶୁବୃକ୍ଷାନ୍

ଭ୍ରମତି ପବନଧୂତଃ ସର୍ବତୋଽଗ୍ନିର୍ବନାନ୍ତେ ।୨୬।

ଗଜଗବୟମୃଗେନ୍ଦ୍ରା ବହ୍ନି ସନ୍ତପ୍ତଦେହାଃ

ସୁହୃଦ ଇବ ସମେତା ଦ୍ୱନ୍ଦ୍ୱଭାରଂ ବିଦାୟ ।

ହୁତବହପରିଖେଦାଦାଶୁ ନିର୍ଗତ୍ୟ କକ୍ଷାଦ୍

ବିପୁଳପୃଳିନଦେଶା ନିମ୍ନଗାଂ ସଂବିଶନ୍ତି ।୨୭।

କମଳବନଚିତାମ୍ବୁଃ ପାଟଳମୋଦରମ୍ୟଃ

ସୁଖସଲିଳନିଷେକଃ ସେବ୍ୟଚନ୍ଦ୍ରାଂଶୁହାରଃ ।

ବ୍ରଜତୁ ତବ ନିଦାଘଃ କାମିନୀଭଃ ସମେତୋ

ନିଶି ସୁଲଳିତଗୀତେ ହର୍ମ୍ୟପୃଷ୍ଠେ ସୁଖେନ ।୨୮।

•••

 

ଦ୍ୱିତୀୟଃ ସର୍ଗଃ

 

ବର୍ଷା ବର୍ଣ୍ଣନମ୍

ସ-ଶୀକରାତ୍ମୋଧରମତ୍ତକୁଞ୍ଜର–

ସ୍ତଡ଼ିତ୍‌ପତାକୋଽବିନିଶବ୍ଦମର୍ଦ୍ଦଳଃ ।

ସମାଚତୋ ରାଜବଦ୍‌ଦ୍ଧତଦ୍ୟୁତି-

ର୍ଘନାଗମଃ କ ମିଜନପ୍ରିୟଃ ପ୍ରିୟେ ।୧।

ନିତାନ୍ତନୀଳୋତ୍ପଳପତ୍ରକାନ୍ତିଭିଃ

କ୍ୱଚିତ୍ ପ୍ରଭିନ୍ନ ଞ୍ଜନରାଶିସନ୍ନିଭୈଃ ।

କ୍ୱଚିତ୍ ସଗର୍ଭ-ପ୍ରମଦା-ସ୍ତନପ୍ରଭୈଃ

ସମାଚିତଂ ବ୍ୟୋମଘନୈଃ ସମନ୍ତତଃ ।୨।

ତୃଷାକୁଳୈଶ୍ଚାତକପକ୍ଷିଣାଂ କୁଳୌଃ

ପ୍ରଯାଚିତାସ୍ତୋୟଭରାବଲମ୍ବିନଃ ।

ପ୍ରୟାନ୍ତ ମନ୍ଦଂ ବହୁଧାରବର୍ଷିଣୋ

ବଳାହକାଃ ଶ୍ରୋତ୍ରମନେ ହରସ୍ୱନାଃ ।୩।

ବଳାହକାଶ୍ଚାବିନିଶବ୍ଦମର୍ଦ୍ଦଳାଃ

ସୁରେନ୍ଦ୍ରଚାପଂ ଦଧତସ୍ତଡ଼ିଦ୍‌ଗୁଣମ୍ ।

 

ସୁତୀକ୍ଷଣଧାରାପତନୋଗ୍ରସାୟକୈ-

ସ୍ତୁଦନ୍ତି ଚେତଃ ପ୍ରସଭଂ ପ୍ରବାସିନାମ୍ ।୪।

ପ୍ରଭିନ୍ନବୈଦୂର୍ଯ୍ୟନିଭୈସ୍ତୃଣାଙ୍କୁରୈ

ସମାଚିତା ପ୍ରୋତ୍‌ଥତକନ୍ଦଳୀ-ଦଳୈଃ ।

ବିଭାତି ଶୁକ୍ଲେତରତ୍ନଭୂଷିତା

ବରାଙ୍ଗନେବ କ୍ଷିତିରିନ୍ଦ୍ରଗୋପକୈଃ ।୫।

ସଦା ମନୋଜ୍ଞାଂ ସ୍ୱନଦୁତ୍ସବୋତ୍ସୁକଂ

ବିକୀର୍ଣ୍ଣ ବିସ୍ତୀର୍ଣ୍ଣକଳାପଶେ ଭିତମ୍ ।

ସସମ୍ବ୍ରମାଲିଙ୍ଗନଚୁମ୍ବନାକୁଳଂ

ପ୍ରବୃତ୍ତ-ନୃତ୍ୟଂ କୁଳମଦ୍ୟ ବର୍ହିଣାମ୍ ।୬।

ନିପାତୟନ୍ତ୍ୟଃ ପରିତସ୍ତଟଦ୍ରୁମାନ୍

ପ୍ରବୃଦ୍ଧବେଗୈଃ ସଲିକୈରନିର୍ମଳୈଃ

ସ୍ତ୍ରିୟଂ ସୁଦୁଷ୍ଟା ଇବ ଜାତବିଭ୍ରମାଃ

ପ୍ରୟାନ୍ତି ନଦ୍ୟସ୍ତ୍ୱରିତଂ ପୟୋନିଧିମ୍ ।୭।

ତୃଣୋତ୍‌କରୈରୁଦ୍‌ଗତକୋମଳାଙ୍କରୈ-

ବିଚିତ୍ରନୀଳୈର୍ହରିଣୀ-ମୁଖ-କ୍ଷତୈଃ ।

ବନାନି ବୈନ୍ଧ୍ୟାନି ହରନ୍ତି ମାନସଂ

ବିଭୂଷିତାନ୍ୟୁଦ୍‌ଗତ-ପଲ୍ଲବୈଦ୍ରୁମୈଃ ।୮।

ବିଲୋଳନେତ୍ରୋତ୍ପଳଶୋଭିତାନନୈ-

ର୍ମୃଗୈଃ ସମନ୍ତାଦୁପଜାତସଧ୍ୱସୈଃ ।

ସମାଚିତା ସୈକତିନୀ ବନସ୍ଥଳୀ

ସମୁତ୍ସୁକତ୍ୱଂ ପକରୋତି ଚେତସଃ ।୯।

ଅଭୀକ୍ଷଣମୁଚ୍ଚେର୍ଧ୍ୱନତା ପୟୋମୁଚା

ଘନାନ୍ଧକାରୀକୃତଂଶର୍ବରୀଷ୍ୱପି ।

ତଡ଼ିତ୍‌ପ୍ରଭା-ଦର୍ଶିତ-ମାର୍ଗ ଭୁମୟଃ

ପ୍ରୟାନ୍ତି ଗଦାଦଭିସାରିକାଃ ସ୍ତ୍ରିୟଃ ।୧୦।

ପୟୋଧରୈର୍ଭୀମ-ଗଭୀର-ନିଃସ୍ୱନୈ-

ସ୍ତଡ଼ିଦ୍ଭିରୁଦବେଜିତ-ଚେତସୋ ଭୃଶମ୍ ।

କୃତାପରାଧାନପି ଯୋଷିତଃ ପ୍ରିୟାନ୍

ପରିଷ୍ୱଜନ୍ତେ ଶୟନେ ନିରନ୍ତରମ ।୧୧।

ବିଲୋଚନେନ୍ଦୀବରବାରିବିନ୍ଦୁଭ-

ନିର୍ଷିକ୍ତବିମ୍ବାଧରଚାରୁପଲ୍ଲବାଃ ।

ନିରସ୍ତମାଲ୍ୟାଭରଣାନୁଲେପନାଃ

ସ୍ଥିତା ନିରାଶାଃ ପ୍ରମଦାଃ ପ୍ରବସିନାମ୍ ।୧୨।

ବିପାଣ୍ଡୁରଂ କୀଟରଜସ୍ତୃଣାନ୍ୱିତଂ

ଭୁଜଙ୍ଗବଦବକ୍ରଗତି-ପ୍ରସର୍ପିତମ୍ ।

ସସାଧ୍ୱସୈର୍ଭେକକୁଳୈର୍ନିରୀଷିତଂ

ପ୍ରୟାତି ନିମ୍ନାଭିମୁଖଂ ନବୋଦକମ୍ ।୧୩।

ବିପନୁଷ୍ପାଂ ନଳିନୀଂ ସମୁତ୍ସୁକା

ବିଦାୟ ଭୃଙ୍ଗାଃ ଶ୍ରୁତିହାରିନିଃସ୍ୱନାଃ ।

ପତନ୍ତି ମୂଢ଼ାଃ ଶିଖିନାଂ ପ୍ରନୃତ୍ୟାଂ

କଳାପଚତ୍ରେଷୁ ନବୋତ୍ପଳାଶୟା ।୧୪।

ବନର୍ହିପାନାଂ ନବବାରିଦସ୍ୱନୈ-

ମଂଦାନ୍ୱିତାନାଂ ଧ୍ୱନତାଂ ମୁହୁର୍ମୂହୁଃ ।

କପୋଳଦେଶା ବିମଳୋତ୍ପଳପ୍ରଭାଃ

ସଭୃଙ୍ଗଯୂଥୈର୍ମଦବାରିଭିଶ୍ଚିତାଃ ।୧୫।

ସିତୋତ୍ପଳାଭାମ୍ବୁଦଚୁମ୍ବିତୋପଳାଃ

ସମାଚିତାଃ ପ୍ରସ୍ରବଣୈଃ ସମନ୍ତକୁଳାଃ

ସମୁତ୍ସୁକତ୍ୱଂ ଜନୟନ୍ତି ଭୂଧରଃ ।୧୬।

କଦମ୍ବସର୍ଜ୍ଜାର୍ଜ୍ଜୁନକେତକୀବନଂ

ପ୍ରକମ୍ପୟଂସ୍ତତ୍‌କୁସୁମାଧିବାସିତଃ ।

ସ-ଶୀକରାମ୍ଭୋଧରସଙ୍ଗଶୀତଳଃ

ସମୀରଣଃ କଂ ନ କରୋତି ସୋତ୍ସୁକମ ।୧୭।

ଶିରୋରୁହୈଃ ଶ୍ରୋଣିତଟାବଳମ୍ବିଭିଃ

କୃତାବତଂସୈଃ କୁସୁମୈଃ ସୁଗନ୍ଧଭିଃ ।

ସ୍ତନୈଃ ସହାରୈର୍ବଦନୈଃ ସସୀଧୂଭିଃ

ସ୍ତ୍ରିୟୋ ରତିଂ ସଞ୍ଜନୟନ୍ତି କାମିନାମ୍ ।୧୮।

ତଡ଼ତଲ୍ଲତା- ଶତ୍ରଧନୁ-ବିଭୂଷିତାଃ

ପୟୋଧରାସ୍ତୋୟଭରାବଲମ୍ବିନଃ ।

ସ୍ତ୍ରିୟଶ୍ଚ କାଞ୍ଚୀମଣିକୁଣ୍ଡଳୋଜ୍ଜ୍ୱଳା

ହରନ୍ତି ଚେତୋ ଯୁଗପତ୍ ପ୍ରବସିନାମ ।୧୯।

ମାଳାଃ କଦମ୍ବ-ନବ-କେଶର-କେତକୀଭି

ରାୟୋଜିତାଃ ଶିରସି ବିଭ୍ରତି ଯୋଷିତୋଽଦ୍ୟ

କର୍ଣ୍ଣାନ୍ତରେଷୁ କୁକୁଭ-ଦ୍ରୁମ-ମଞ୍ଜରୀଭି-

ରିଚ୍ଛାନୁକୂଳ-ରଚିତାନବତଂସକାଂଶ୍ଚ ।୨୦।

କଳାଗୁରୁ-ପ୍ରଚୁର-ଚନ୍ଦନ-ଚର୍ଜିତାଙ୍ଗ୍ୟଃ

ପୁଷ୍ପାବତଂସ-ସୁରଭୀକୃତ-କେଶପାଶାଃ ।

ଶ୍ରୁତ୍ୱା ଧ୍ୱନିଂ ଜଳମୁଚାଂ ତ୍ୱରିତଂ ପ୍ରଦୋଷେ

ଶଯ୍ୟାଗୃହଂ ଗୁରୁଗୃହାତ୍ ପ୍ରବିଶନ୍ତି ନାର୍ଯ୍ୟଃ ।୨୧।

କୁବଳୟଦଳନୀଳୈରୁନ୍ନତୈସ୍ତୋୟ-ନମ୍ରୈ-

ର୍ମୃଦୁପବନବିଧୂତୈର୍ମନ୍ଦମନ୍ଦଂ ଚଳଦ୍ଭିଃ

ଅପହୃତମିବ ଚେତସ୍ତୋୟଦୈଃ ସେନ୍ଦ୍ରଚାପୈଃ

ପଥିକଜନବଧୂନାଂ ତଦ୍‌ବିୟୋଗାକୁଳାନାମ ।୨୨।

ମୃଦିତ ଇବ କଦମ୍ବୈର୍ଜାତପୁଷ୍ପୈଃ ସମନ୍ତାତ୍

ପବନଚଳିତଶାଖୈଃ ଶାଖିଭିନୃତ୍ୟତୀବ ।

ହସିତମିବ ବିଧତ୍ତେ ସୁଚିଭଃ କେତକୀନାଂ

ନବସଲିଳନିଷକଚ୍ଛିନ୍ନତାପୋ ବନାନ୍ତଃ ।୨୩।

ଶିରସି ବକୁଳମାଳାଂ ମାଳତୀଭିଃ ସମେତଂ

ବିକଶିତନବପଷ୍ପୈର୍ଯୂଥିକାକୁଟ୍‌ମଳୈଶ୍ଚ ।

ବିକଚବନକଦମ୍ବୈଃ କର୍ଣ୍ଣପୁରଂ ବଧୂନାଂ

ରଚୟିତି ଜଳଦୌଘଃ କାନ୍ତବତ୍ କାଳ ଏଷଃ ।୨୪।

ଦଧତି ବରକୁଚାଗ୍ରୈରୁନ୍ନତୈର୍ହାରଯଷ୍ଟିଂ

ପ୍ରତନୁସିତଦୁକୂଳାନ୍ୟାୟତୈଃ ଶ୍ରୋଣିବିମ୍ବୈଃ ।

ନବଜଳକଣସେକାଦୁଦ୍‌ଗତାଂ ରୋମରାଜିଂ

ଲଳିତବଳିବିଭାଗୈର୍ମଧ୍ୟଦେଶୈଶ୍ଚ ନାର୍ଯ୍ୟଃ ।୨୫।

ନବଜଳକଣସଙ୍ଗାଚ୍ଛୀତତାମାଦଧାନଃ

କୁସୁମଭରନତାନାଂ ଲାସକଃ ପାଦପାନମ ।

ଜନିତରୁଚିରଗନ୍ଧଃ କେତକୀନାଂ ରଜୋଭିଃ

ପରିହରତି ନଭସ୍ୱାନ୍‌ପ୍ରୋଷିତାନାଂ ମନାଂସି ।୨୬।

ଜଳଭରବିନତାନାମାଶ୍ରୟୋଽସ୍ମାକମୁଚ୍ଚୈ-

ରୟମିତି ଜଳସେକୈସ୍ତୋୟଦାସ୍ତୟନମ୍ରାଃ ।

ଅତିଶୟପରୁଷାଭିର୍ଗୀଷ୍ମବହ୍ନେଃ ଶିଖାଭିଃ

ସମୁପଜନିତତାପଂ ହ୍ମାଦୟନ୍ତୀବ ବିନ୍ଧ୍ୟମ୍ ।୨୭।

ବହୁଗୁଣରମଣୀୟଃ କାମିନୀଚିତ୍ତହାରୀ

ତରୁବିଟପଲତାନାଂ ବାନ୍ଧବୋନିର୍ବିକାରଃ

ଜଳଦସମୟ ଏଷଃ ପ୍ରାଣିନାଂ ପ୍ରାଣଭୂତୋ

ଦିଶତୁ ତବ ହିତାନି ପ୍ରାୟଶୋ ବାଞ୍ଛିତାନି ।୨୮।

•••

 

ତୃତୀୟଃ ସର୍ଗଃ

 

ଶରଦ୍‌ବର୍ଣ୍ଣନମ୍

କାଶଂଶୁକା ବିକଚ- ପଦ୍ମମନୋଜ୍ଞବକ୍ରା

ସୋନ୍ନାଦ-ହଂସରବନୃପୁରନାଦରମ୍ୟା ।

ଆପକ୍ୱ-ଶାଳିରୁଚିରା ତନୁଗାତ୍ରଯଷ୍ଟିଃ

ପ୍ରାପ୍ତା ଶରନ୍ନବବଧୁରିବ ରୂପରମ୍ୟା ।୧।

କାଶୈର୍ମହୀ ଶିଶିରଦୀଧିତିନା ରଜନ୍ୟୋ

ହଂସୈର୍ଜଳାନି ସରିତାଂ କୁମୁଦୈଃ ସରାଂସି ।

ସପ୍ତଚ୍ଛଦୈଃ କୁସୁମଭାରନତୈର୍ବନାନ୍ତାଃ

ଶୁକ୍ଳୀକୃତାନ୍ୟୁପବନାନି ଚ ମାଳତୀଭିଃ ।୨।

ଚଞ୍ଚନ୍ନନୋଜ୍ଞାନିଫରୀରସନାକଳାପାଃ

ପର୍ଯ୍ୟନ୍ତସଂସ୍ଥିତସିତାଣ୍ଡଜପଂକ୍ତିହାରାଃ ।

ନଦ୍ୟୋ ବିଶାଳପୁଳିନାନ୍ତନିତମ୍ୱବିମ୍ବା

ମନ୍ଦଂ ପ୍ରୟାନ୍ତି ସମଦାଃ ପ୍ରମଦା ଇବାଦ୍ୟ ।୩।

ବ୍ୟୋମ କ୍ୱଚିଦ୍ରଜତ-ଶଙ୍ଖ-ମୃଣାଳ-ଗୌରୈ

ସ୍ତ୍ୟକ୍ତାମ୍ବୁଭିର୍ଲଘୁତୟା-ଶତଶଃ ପ୍ରୟାତୈଃ ।

 

ସଂଲକ୍ଷ୍ୟତେ ପବନ-ବେଗଚଳୈଃ ପ୍ରୟାଦୈଃ

ରାଜେବ ଚାମର-ବରୈରୂପବୀଜ୍ୟମାନଃ ।୪।

ଭିନ୍ନାଞ୍ଜନ-ପ୍ରଚୟ-କାନ୍ତି ନଭୋ ମନୋଜ୍ଞଂ

ବନ୍ଧୂକ- ପୁଷ୍ପରଚିତାରୁଣିତା ଚ ଭୂମିଃ ।

ବପ୍ରାଶ୍ଚ ପକ୍ୱକଳମାବୃତ-ଭୂମି-ଭାଗାଃ

ପ୍ରୋକୁଣ୍ଠୟନ୍ତି ନ ମନୋ ଭୁବି କସ୍ୟ ଯୂନଃ ।୫।

ମନ୍ଦାନିଳାକୁଳିତ-ଚାରୁତରାଗ୍ରଶାଖଃ

ପୁଷ୍ପୋଦ୍‌ଗମ-ପ୍ରଚୟ- କୋମଳ-ପଲ୍ଲବାଗ୍ରଃ ।

ମତ୍ତ-ଦ୍ୱିରେଫ-ପରିପୀତ-ମଧୁ-ପ୍ରସେକ-

ଶ୍ଚିତ୍ତଂ ବିଦାରୟତି କସ୍ୟ ନ କୋବିଦାରଃ ।୬।

ତାରାଗଣ-ପ୍ରବର-ଭୂଷଣମୁଦ୍‌ବହନ୍ତୀ

ମେଘାବରୋଧ-ପରିମୁକ୍ତ-ଶଶାଙ୍କ-ବକ୍‌ତ୍ରା ।

ଜ୍ୟୋତ୍ସ୍ନା-ଦୁକୁଳମମଳଂ ରଜନୀ ଦଧାନା

ବୃଦ୍ଧିଂ ପ୍ରୟାତ୍ୟନୁଦିନଂ ପ୍ରମଦେବ ବାଳା ।୭।

କାରଣ୍ଡବାବଳି-ବିଘଟ୍ଟିତ-ବୀଚି-ମାଳାଃ

କାଦମ୍ବ-ସାରସକୁଳାକୁଳତୀର-ଦେଶାଃ

କୁର୍ବନ୍ତି ହଂସବିରୁତୈଃ ପରିତୋ ଜନସ୍ୟ

ପ୍ରୀତିଂ ପରାଂ କମଳରେଣୁବୃତାସ୍ତଟିନ୍ୟଃ ।୮।

ନେତ୍ରୋତ୍ସବୋ ହୃଦୟ-ହାରି-ମରୀଚି- ମାଳଃ

ପ୍ରହ୍ଲାଦକଃ ଶିଶିରଶୀକର-ବାରିବର୍ଷୀ ।

ପତ୍ୟୁର୍ବିୟୋଗ-ବିଷ-ଦିଗ୍‌ଧ ଶରକ୍ଷତାନାଂ

ଚନ୍ଦ୍ରୋ ଦହତ୍ୟତିତରାଂ ତନୁମଙ୍ଗନାନାମ୍ ।୯।

ଆକମ୍ପୟନ୍ ଫଳଭରାନତଶାଳି-ଜାକା-

ନ୍ୟାନର୍ତ୍ତୟଂସ୍ତରୁବରାନ୍ କୁସୁମାବନମ୍ରାମ ।

ପ୍ରୋତ୍‌ଫୁଲ୍ଲପଙ୍କଜକନାଂ ନଳିନୀଂ ବିଧୁନ୍ୱନ୍

ଯୂନାଂ ମନଶ୍ଚଳୟତି ପ୍ରସଭଂ ନଭସ୍ୱାନ୍ ।୧୦।

ସୋନ୍ମାଦ-ହଂସ-ମିଥୁନୈରୁପଶୋଭିତାନି

ସ୍ୱଚ୍ଛ-ପ୍ରଫୁଲ୍ଲ- କମଳୋତ୍ପଳ-ଭୂଷିତାନି ।

ମନ୍ଦ-ପ୍ରଭାତ-ପବନୋଦଗତ-ବୀଚିମାଳା-

ନ୍ୟୁତ୍କଣ୍ଠୟନ୍ତି ସହସା ହୃଦୟଂ ସରାଂସି ।୧୧।

ନଷ୍ଟଂ ଧନୁର୍ବଳଭିଦୋ ଜଳଦୋଦରେଷୁ

ସୌଦାମନୀ ସ୍ଫୁରତି ନାଦ୍ୟ ବିୟତ୍-ପତାକା ।

ଧୁନ୍ୱନ୍ତି ପକ୍ଷପବନୈର୍ନ ନଭୋ ବଳାକାଃ

ପଶ୍ୟନ୍ତି ନୋନ୍ନତମୁଖା ଗଗନଂ ମୟୂରାଃ ।୧୨।

ନୃତ୍ୟପ୍ରୟୋଗ-ରହିତାନ୍ ଶିଖିନୋ ବିଦାୟ

ହଂସାନୁପୈତି ମଦନୋ ମଧୁର-ପ୍ରଗୀତାନ୍

ମୁକ୍ତ୍ୱା କଦମ୍ବ-କୁଟକାର୍ଜ୍ଜୁନ-ସର୍ଜ୍ଜ-ନୀପାନ୍

ସପ୍ତଚ୍ଛଦାନୁପଗଢ଼ା କୁସୁମୋଦ୍‌ଗମଶ୍ରୀଃ ।୧୩।

ସେଫାଳିକା- କୁସୁମଗନ୍ଧ-ମନୋହରାଣି

ସ୍ୱସ୍ଥ-ସ୍ଥିତାଣ୍ଡଜ-କୁଳପ୍ରତିନାଦିତାନି ।

ପର୍ଯ୍ୟନ୍ତ-ସଂସ୍ଥିତ-ମୃଗୀ- ନୟନୋତ୍ପଳାନି

ପ୍ରୋତ୍କଣ୍ଠୟନ୍ତ୍ୟୁପବନାନି ମନାଂସି ପୁଂସାମ୍ ।୧୪।

କଲ୍‌ହାର-ପଦ୍ମ-କୁମୁଦାନି ମୁହୁର୍ବିଧୁନ୍ୱଂ

ସ୍ତତ୍‌ସଙ୍ଗମାଦଧିକଶୀତଳତାମୂପେତଃ ।

ଉତ୍କଣ୍ଠୟତ୍ୟତିତରାଂ ପବନଃ ପ୍ରଭାତେ

ପତ୍ରାନ୍ତ-ଲଗ୍ନ-ତୁହିନାମ୍ବୁବିଧୂୟମାନଃ ।୧୫।

ସମ୍ପନ୍ନଶାଳି-ନିଚୟାବୃତ-ଭୂତଳାନି

ସ୍ୱସ୍ଥ-ସ୍ଥିତ-ପ୍ରଚୁର-ଗୋକୁଳ-ଶୋଭିଚ୍ଚାନି ।

ହଂସୈଃ ସସାରସକୁଳୈଃ ପ୍ରତିନାଦିତାନି

ସୀମାନ୍ତରାଣି ଜନୟନ୍ତି ନୃଣାଂ ପ୍ରମୋଦମ ।୧୬।

ହଂସୈର୍ଜିତା ସୁଲଳିତା ଗତିରଙ୍ଗନାନା-

ମମ୍ଭୋରୁହୈର୍ବିକସିୈର୍ମୁଖଚନ୍ଦ୍ରକାନ୍ତିଃ ।

ନୀଳୋତ୍ପଳୈର୍ମକଳାନି ବିଲୋକିତାନି

ଭ୍ରୂବିଭ୍ରମାଶ୍ଚ ରୁଚିରାସ୍ତନୁଭିସ୍ତରଙ୍ଗୈଃ । ୧୭ ।

ଶ୍ୟାମ ଲତାଃ କୁସୁମଭାର-ନତ-ପ୍ରବାଳାଃ

ସ୍ତ୍ରୀଣାଂ ହରନ୍ତି ଧୃତ-ଭୂଷଣ-ବାହୁ-କାନ୍ତିମ୍

ଦନ୍ତାବଭାସ-ବିଶଦ-ସ୍ମିତ-ଚନ୍ଦ୍ର-କାନ୍ତିଂ

କଙ୍କେଳି-ପୁଷ୍ପ-ରୁଚିରା ନବମାଳତୀ ଚ ।୧୮।

କେଶାନ୍ନିତାନ୍ତ-ଘନନୀଳ-ବିକୁଞ୍ଚତାଗ୍ରା-

ନାପୁରୟନ୍ତି ବନିତା ନବମାଳତୀଭିଃ ।

କର୍ଣ୍ଣେଷୁଚ ପ୍ରଦର-କାଞ୍ଚନ-କୁଣ୍ଡଳେଷୁ

ନୀଳୋତ୍ପଳାନି ବିବିଧାନି ନିବେଶୟନ୍ତି ।୧୯।

ହାରୈଃ ସଚନ୍ଦନରସୈଃ ସ୍ତନମଣ୍ଡଳାଳି

ଶ୍ରେଣୀତଟଂ ସୁବିପୁଳଂ ରସନା-କଳାପୈଃ ।

ପାଦାମ୍ବୁଜାନି କଳନୁପୁର-ଶେଖରୈଶ୍ଚ

ନାର୍ଯ୍ୟଃ ପ୍ରହୁଷ୍ଟମନସୋଽଦ୍ୟ ବିଭୂଷୟନ୍ତି ।୨୦।

ସ୍ଫୁଟ-କୁମୁଦଚିତାନାଂ ଗଜହଂସଶ୍ରିତାନାଂ

ମରକତ-ମଣିଭାସା ବାରିଣା ଭୂଷିତାମାନ୍ ।

ଶ୍ରିୟମତିଶରୂପାଂ ବ୍ୟୋମ ତୋୟାଶୟାନାଂ

ବହତି ବିଗତମେଘଂ ଚନ୍ଦ୍ରତାରାବକୀର୍ଣ୍ଣମ୍ ।୨୧।

ଷରଦି କୁମୁଦସଙ୍ଗାଦ୍‌ବାୟବୋ ବାନ୍ତି ଶୀତା

ବିଗତଜଳଦବୃନ୍ଦା ଦିଗ୍‌ବିଭାରା ମନୋଜ୍ଞାଃ ।

ବିଗତକଳୁଷମମ୍ଭଃ ଶ୍ୟାନପଙ୍କା ଧରିତ୍ରୀ

ବିମଳକିରଣଚନ୍ଦ୍ରଂ ବ୍ୟୋମ ତାରାବିଚିତ୍ରମ୍ ।୨୨।

ଦିବସ କର-ମୟୁଖୈର୍ବୋଧ୍ୟମାନଂ ପ୍ରଭାତେ

ବର-ଯୁବତିମୁଖାଭଂ ପଙ୍କଜଂ ଜୃମ୍ଭତେଽଦ୍ୟ ।

କୁମୁଦମପି ଗତେଽସ୍ତଂ ଲୀୟତେ ଚନ୍ଦ୍ରବିମ୍ବେ

ହସିତମିବ ବଧୁନାଂ ପ୍ରୋଷିତେଷୁ ପ୍ରିୟେଷୁ ।୨୩।

ଅସିତ-ନୟନ-ଲକ୍ଷ୍ମୀଂ ଲକ୍ଷୟିତୋତ୍ପଳେଷୁ

କୃଣିତକନକକାଞ୍ଚୀଂ ମତ୍ତ୍ୱହଂସସ୍ୱନେଷୁ ।

ଅଧରରୁଚିରଶୋଭାଂ ବନ୍ଧୁଜୀବେ ପ୍ରିୟାଣାଂ

ପଥିକଜନ ଇଦାନୀଂ ରୋଦିତି ଭ୍ରାନ୍ତିଚିତ୍ତଃ ।୨୪।

ସ୍ତ୍ରୀଣାଂ ବିଦାୟ ବଦନେଷ ଶଶାଙ୍କଲକ୍ଷ୍ମୀଂ

କାମଞ୍ଚ ହଂସବଚନଂ ମଣିନୂପୁରେଷୁ ।

ବନ୍ଧୁକକାନ୍ତିମଧରେଷୁ ମନୋହରେଷୁ

କ୍ୱାପି ପ୍ରୟାତି ସୂଭଗା ଶରଦାଗମଶ୍ରୀଃ ।୨୫।

ବିକଚକମଳବକ୍‌ତ୍ରା ଫୁଲ୍ଲନୀଳୋତ୍ପଳାକ୍ଷୀ

ବିକସିତନବକାଶଶ୍ୱେତବାସୋ ବସାନା ।

କୁମୁଦରୁଚିରକାନ୍ତିଃ କାମିନୀବୋନ୍ମଦେୟଂ

ପ୍ରତିଦିଶତୁ ଶରଦବଶ୍ଚେତସଃ ପ୍ରୀତିମଗ୍ର୍ୟାମ ।୨୬।

 

ଚତୁର୍ଥଃ ସର୍ଗଃ

 

ହେମନ୍ତବର୍ଣ୍ଣନମ୍

ନବପ୍ରବାଳୋଦ୍‌ଗମଶସ୍ୟରମ୍ୟଃ

ପ୍ରଫୁଲ୍ଲଲୋଧ୍ରଃ ପରିପକ୍ୱଶାଳିଃ ।

ବିଲୀନପଦ୍ମଃ ପ୍ରପତତ୍ତୁଷାରୋ

ହେମନ୍ତକାଳଃ ସମୁପାଗତୋଽୟମ ।୧।

ମନୋହରୈଃ କୁଙ୍କୁମରାଗରକ୍ତୈ-

ସ୍ତୁଷାରକୁନ୍ଦେନ୍ଦନିଭୈଶ୍ଚ ହାରୈଃ ।

ବିଳାସିନୀନାଂ ସ୍ତନଶାଳିନୀନାଂ

ନାଳଂତ୍ରିୟନ୍ତେ ସ୍ତନମଣ୍ଡଳାନି ।୨।

ନ ବାହୁଯୁଗ୍ମେଷୁ ବିଳାସିନୀନାଂ

ପ୍ରୟାନ୍ତି ସଙ୍ଗଂ ବଳୟ ଙ୍ଗଦାନି ।

ନିତମ୍ବବିମ୍ବେଷୁ ନବଂ ଦୁକୃଳଂ

ତନ୍ୱଂଶୁକଂ ପୀନପୟୋଧରେଷୁ ।୩।

କାଞ୍ଚୀଗୁଣୈଃ କାଞ୍ଚନରତ୍ନଚିତ୍ରୈ-

ର୍ନୋ ଭୂଷୟନ୍ତି ପ୍ରମଦା ନିତମୃମ୍ ।

 

ନ ନୂପୁରୈର୍ହଂସରୁତଂ ଭଜଭିଃ

ପାଦାମ୍ବୁଜାନ୍ୟମ୍ବୁଜକାନ୍ତିଭାଞ୍ଜି ।୪।

ଗାତ୍ରାଣି କାଳୀୟକଚର୍ଚ୍ଚିତାନି

ସପତ୍ରଲେଖାନି ମୁଖାମ୍ବୁଜାନି ।

ଶିରାଂସ କାଳାଗୁରୁଧୁପିତାନି

କୁର୍ବନ୍ତି ନାର୍ଯ୍ୟଃ ସୁରତୋତ୍ସବାୟ ।୫।

ରତିଶ୍ରମକ୍ଷାମ-ବିପାଣ୍ଡୁବତ୍ରାଃ

ସମ୍ପ୍ରାପ୍ତହର୍ଷାଭ୍ୟଦୟାସ୍ତରୁଣ୍ୟଃ ।

ହସନ୍ତି ନୋଚ୍ଚୈର୍ଦ୍ଦଶନାଗ୍ରଭିନ୍ନାନ

ପ୍ରପୀଡ଼୍ୟମାନାନଧରାନବେକ୍ଷ୍ୟ ।୬।

ପ୍ରଭୂତଶାଳପ୍ରସବୈଶ୍ଚିତାନି

ମୃଗାଙ୍ଗନାଯୂଥବିଭୂଷିତାନି ।

ମନୋହରତ୍ରୋଞ୍ଚନିନାଦିତାନି

ସୀମାନ୍ତରାଣ୍ୟୁତ୍ସୁକୟନ୍ତି ଚେତଃ ।୮।

ପ୍ରଫୁଲ୍ଲନୀଳୋତ୍ପଳଶୋଭିତାନି

ସୋନ୍ମାଦ-କାଦମ୍ବବିଭୂଷିତାନି ।

ପ୍ରସନ୍ନତୋୟାନି ସୁଶୀତଳାନି

ସରାଂସି ଚେତାଂସି ହରନ୍ତି ପୁଂସାମ ।୯।

ପାକଂ ବ୍ରଜନ୍ତୀ ନିମଜାତଶୀତୈ-

ରାଧୂୟମାନା ସତତଂ ମରୁଦ୍ଭିଃ ।

ପ୍ରିୟେ ! ପ୍ରିୟଙ୍ଗୁଃ ପ୍ରିୟବିପ୍ରଯୁକ୍ତା

ବିପାଣ୍ଡୁତାଂ ଯାତି ବିଳାସିନୀବ ।୧୦।

ପୁଷ୍ପାସବାମୋଦି-ସୁଗନ୍ଧବକ୍ତୋ

ନିଃଶ୍ୱାସ-ବାତୈଃ ସୁରଭୀକୃତାଙ୍ଗଃ ।

ପରସ୍ପରାଙ୍ଗ-ବ୍ୟତିଷିକ୍ତ-ଶାୟୀ

ଶେତେ ଜନଃ କାମରସାନୁବିଦ୍ଧଃ ।୧୧।

ଦନ୍ତଚ୍ଛଦୈଃ ସବ୍ରଣ-ଦନ୍ତ-ଚିହ୍ନୈଃ

ସ୍ତନୈଶ୍ଚ ପାଣ୍ୟଗ୍ରକୃତାଭିଲେଖୈଃ ।

ସଂସୁଚ୍ୟତେ ନିର୍ଦ୍ଦୟମଙ୍ଗନାନାଂ

ରତୋପଯୋଗେ ନବଯୌବନାନାମ୍ ।୧୨।

କାଚିଦ୍‌ବିଭୂଷୟତି ଦର୍ପଣସକ୍ତହସ୍ତା

ବାଳାତପେଷୁ ବନିତା ବଦନାରବିନ୍ଦମ୍ ।

ଦନ୍ତଚ୍ଛଦଂ ପ୍ରିୟତମେନ ନିପୀତ-ସାରଂ

ଦନ୍ତାଗ୍ରଭିନ୍ନମବକୃଷ୍ୟ ନିରୀକ୍ଷ୍ୟତେ ଚ ।୧୩।

ଅନ୍ୟା ପ୍ରକାମ-ସୁରତ-ଶ୍ରମ-ଖିନ୍ନ ଦେହା

ରାତ୍ରି-ପ୍ରଜାଗର-ବିପାଟଳ-ନେତ୍ର-ପଦ୍ମା ।

ସ୍ରସ୍ତାଂସଦେଶ-ଲୁଳିତାକୁଳ-କେଶ-ପାଶା

ନିଦ୍ରାଂ ପ୍ରୟାତି ମୃଦୁ-ସୂର୍ଯ୍ୟକରାଭିତପ୍ତା ।୧୪।

ନିର୍ମାଲ୍ୟ-ଦାମ ପରିମୁକ୍ତ-ମନୋଜ୍ଞ-ଗନ୍ଧଂ

ମୂର୍ଦ୍ଧ୍ନୋଽପନୀୟ ଘନ-ନୀଳ-ଶିଗୋରୁହାନ୍ତାଃ ।

ପୀନୋନ୍ନତ-ସ୍ତନ-ଭରାନତ-ଗାତ୍ର-ଯଷ୍ଟ୍ୟଃ

କୁର୍ବନ୍ତି କେଶରଚନାମନରାସ୍ତରୁଣ୍ୟଃ ।୧୫।

ଅନ୍ୟା ପ୍ରିୟେଣ ପରିଭୁକ୍ତମବେଷ୍ୟ ଗାତ୍ରଂ

ହର୍ଷାନ୍ୱିତା ବିରଚିତାଧରଚାରୁ-ଶୋଭା ।

କୁର୍ପାସକଂ ପରିଦଧାତି ନଖକ୍ଷତାଙ୍ଗୀ

ବ୍ୟାଲମ୍ବି-ନୀଳ-ଲଳିତାଳକ-କୁଞ୍ଚତାକ୍ଷୀ ।୧୬।

ଅନ୍ୟାଶ୍ଚିର ସୁରତକେଳିପରିଶ୍ରମେଣ

ଖେଦଂ ଗତାଃ ପ୍ରଶିଥିଳୀକୃତଗାତ୍ରଯଷ୍ଟ୍ୟଃ ।

ସଂହୁଷ୍ୟମାଣପୁଲକୋରୁପୟୋଧରାନ୍ତା

ଅଭ୍ୟଞ୍ଜନଂ ବିଦଧତି ପ୍ରମଦାଃ ସୁଶୋଭାଃ ।୧୭।

ବହୁଗୁଣରମଣୀୟୋ ଯୋଷିତାଂ ଚିତ୍ତହାରୀ

ପରିଣତବହୁଶାଳିବ୍ୟକୁଳଗ୍ରାମସୀମା ।

ସତତମତିମନୋଜ୍ଞଃ ତ୍ରୋଞ୍ଚମାଳାପରୀତଃ

ପ୍ରଦିଶତୁ ହିମଯୁକ୍ତଃ କାଳ ଏଷଃ ସୁଖଂ ବଃ ।୧୮।

 

ପଞ୍ଚମ ସର୍ଗଃ

 

ଶିଶିରବର୍ଣ୍ଣନମ୍

ପ୍ରରୂଢ଼ଶାଳ୍ୟଂଶୁଚୟୈର୍ମନୋହରଂ

କ୍ୱଚିତ୍ ସ୍ଥିତତ୍ରୈାଞ୍ଚନିନାଦରାଜିତମ୍ ।

ପ୍ରକାମକାମଂ ପ୍ରମଦାଜନିପ୍ରିୟଂ

ବଗୋରୁ କାଳଂ ଶଶିରାହୟଂ ଶୃଣୁ ।୧।

ନିରୁଦ୍ଧବାତାୟନମନ୍ଦିରୋଦରଂ

ହୁତାଶନୋ ଭାନୁମତୋ ଗଭସ୍ତୟଃ ।

ଗୁରୂଣି ବାସାଂସ୍ୟବଳାଃ ସଯୌବନାଃ

ପ୍ରୟାନ୍ତି କାଳୋଽତ୍ର ଜନସ୍ୟ ସେବ୍ୟତାମ୍ ।୨।

ନ ଚନ୍ଦନଂ ଚନ୍ଦ୍ରମରୀଚିଶୀତଳଂ

ନ ହର୍ମ୍ୟପୃଷ୍ଠଂ ଶରଦିନ୍ଦୁନିର୍ମଳମ ।

ନ ବାୟବଃ ସାନ୍ଦ୍ରତୁଷାରଶୀତଳା

ଜନସ୍ୟ ଚିତ୍ତଂ ରମୟନ୍ତି ସାମ୍ପ୍ରତମ୍ ।୩।

ତୁଷ ରସଂଘାତନିପାତଶୀତଳାଃ

ଶଶାଙ୍କଭାଭିଃ ଶିଶିରୀକୃତାଃ ପୁନଃ

 

ବିପାଣ୍ଡତାରାଗଣଜିହ୍ନଭୂଷିତା

ଜନସ୍ୟ ସେବ୍ୟା ନ ଭବନ୍ତି ରାତ୍ରୟଃ ।୪।

ଗୃହୀତତାମ୍ବୁଳବିଲେପନସ୍ରଜଃ

ସୁଖାସବାମୋଦିତବକତ୍ରପଙ୍କଜାଃ ।

ପ୍ରଜାମକାଳାଗୁରୁଧୁପବାସିତଂ

ବିଶନ୍ତି ଶଯ୍ୟଗୃହମୁତ୍ସୂକାଃ ସ୍ତ୍ରିୟଃ ।୫।

କୃତାପରାଧାନ୍ ବହୁଶୋଽପି ତର୍ଜି୍‌ତାନ୍

ସବେପଥୁନ ସାଧ୍ୱସଲୁପ୍ତଚେତସଃ ।

ନିରୀକ୍ଷ୍ୟ ଭର୍ତ୍ତୃନ୍ ସୁରତାଭିଳ ଷିଣଃ

ସ୍ତ୍ରିୟୋଽପରାଧାନ୍ ସମଦା ବିସସ୍ମରୁଃ ।୬।

ପ୍ରଜାମକାମୈର୍ଯୁବଭଃ ସନିର୍ଦ୍ଦୟଂ

ନିଶାସୁ ଦୀର୍ଘାସ୍ୱଭିରାମିତା ଭୃଶମ ।

ଭ୍ରମନ୍ତି ମନ୍ଦଂ ଶ୍ରମଖେଦିତୋରସଃ

କ୍ଷପାବସାନେ ନବଯୌବନାଃ ସ୍ତ୍ରିୟଃ ।୭।

ମନୋଜ୍ଞ-କୂର୍ପାସକ-ପୀଡ଼ିତ-ସ୍ତନାଃ

ସରାଗ-କୌଷେୟକ-ଭୂଷିତୋରସଃ ।

ନିବେଶିତାନ୍ତଃ କୁସୁମୈଃ ଶିରୋରୁହୈ-

ର୍ବିଭୁଷୟନ୍ତୀବ ହିମାଗମଂ ସ୍ତ୍ରିୟଃ ।୮।

ପୟୋଧରୈଃ କୁଙ୍କୁମରାଗପିଞ୍ଜରୈଃ

ସୁଖୋପସେବୈର୍ନବଯୌବନୋଷ୍ମଭିଃ ।

ବିଳାସିନୀଭିଃ ପରିପୀଡ଼ିତୋରସଃ

ସ୍ୱପନ୍ତି ଶୀତଂ ପରିଭୂୟ କାମିନଃ ।୯।

ସୁଗନ୍ଧି-ନିଃଶ୍ୱାସ-ବିକମ୍ପିତୋତ୍ପଳଂ

ମନୋହରଂ କାମ-ରତି-ପ୍ରବୋଧକମ ।

ନିଶାସୁ ହୃଷ୍ଟାଃ ସହ କାମିଭିଃ ସ୍ତ୍ରିୟଃ

ପିବନ୍ତି ମଦ୍ୟଂ ମଦନୀୟମୁତ୍ତମମ୍ ।୧୦।

ଅପଗତମଦରାଗା ଯୋଷିଦେକା ପ୍ରଭାତେ

କୃତନିବିଡକୁଚାଗ୍ରା ପତ୍ୟୁରାଲିଙ୍ଗନେନ ।

ପ୍ରିୟତମପରିଭୁକ୍ତଂ ବୀକ୍ଷମାଣା ସ୍ୱଦେହଂ

ବ୍ରଜତି ଶୟନବାସାଦ୍‌ବାସମନ୍ୟଦ୍ଧସନ୍ତି ।୧୧।

ଅଗୁରୁସୁରଭିଧୂପାମୋଦିତଂ କେଶପାଶଂ

ଗଳିତକୁସୁମମାଳଂ ତନ୍ୱତୀ କୁଞ୍ଚିତାଗ୍ରମ ।

ତ୍ୟଜତି ଗୁରୁନିତମ୍ବା ନିମ୍ନମଧ୍ୟାବସାନା

ହ୍ୟୁଷସି ଶୟନମନ୍ୟା କାମିନୀ ଚାରୁଶୋଭା ।୧୨।

କନକ-କମଳ-କାନ୍ତେଃ ସଦ୍ୟ ଏବାମ୍ବୁଧୌତୈଃ

ଶ୍ରବଣତଟ-ନିଷକ୍ତୈଃ ପାଟଳୋପାନ୍ତ-ନେତ୍ରୈଃ ।

ଉଷସି ବଦନବିମ୍ବୈରଂସ-ସଂସକ୍ତ-କେଶୈଃ

ଶ୍ରିୟ ଇବ ଗୃହମଧ୍ୟେ ସଂସ୍ଥିତା ଯୋଷିତୋଽଦ୍ୟ ।୧୩।

ପୃଥଜଘନଭରାର୍ତ୍ତାଃ କିଞ୍ଚିଦାନମ୍ର-ମଧ୍ୟଃ

ସ୍ତନଭରପରିଖେଦାନ୍ମନ୍ଦମନ୍ଦଂ ବ୍ରଜନ୍ତ୍ୟଃ ।

ସୁରତ-ସମୟବେଶଂ ନୈଶମାଶୁ ପ୍ରହାୟ

ଦଧତି ଦିବସଯୋଗ୍ୟଂ ବେଶମନ୍ୟସ୍ତରୁଣ୍ୟଃ ।୧୪।

ନଖପଦଚିତଭାଗାନ ବୀକ୍ଷମାଣାଃ ସ୍ତନାଗ୍ରା-

ନଧରକିଶୟାଗ୍ରଂ ଦନ୍ତଭିନ୍ନଂ ସ୍ପୃଶନ୍ତ୍ୟଃ ।

ଅଭିମତରସମେତଂ ନନ୍ଦୟନ୍ତ୍ୟସ୍ତରୁଣ୍ୟଃ

ସବିତୁରୁଦୟକାଳେ ଭୂଷୟନ୍ତ୍ୟାନନାନି ।୧୫।

ପ୍ରଚୁରଗୁଡ଼ବିକାରଃ ସ୍ୱାଦୁଶାଳୀକ୍ଷୁରମ୍ୟଃ

ପ୍ରବଳସୁରତକେଳିର୍ଜାତକନ୍ଦର୍ପଦପଃ ।

ପ୍ରିୟଜନରହିତାନାଂ ଚିତ୍ତସନ୍ତାପହେତୁଃ

ଶିଶିରସମୟ ଏଷ ଶ୍ରେୟସେ ବୋଽସ୍ତୁ ନିତ୍ୟମ୍ ।୧୬।

•••

 

ଷଷ୍ଠଃ ସର୍ଗଃ

 

ବସନ୍ତବର୍ଣ୍ଣନମ୍

ପ୍ରଫୁଲ୍ଲ-ଚୂତାଙ୍କୁର-ତୀକ୍ଷ୍‌ଣ-ସାୟକୋ

ହିରେଫ-ମାଳା-ବିଳସଦ୍ଧନୁର୍ଗୁଣଃ ।

ମନାଂସି ବେଦ୍ଧୁଂ ସୁରତ-ପ୍ରସଙ୍ଗିନା

ବସନ୍ତ-ଯୋଧଃ ସମୃପାଗତଃ ପ୍ରିୟେ ।୧।

ଦ୍ରୁମାଃ ସପୃଷ୍ପାଃ ସଲିଳଂ ସପଦ୍ମଂ

ସ୍ତ୍ରିୟଃ ସକାମାଃ ପବନଃ ସୁଗନ୍ଧିଃ ।

ସୁଖାଃ ପ୍ରଦୋଷା ଦିବସାଶ୍ଚ ରମ୍ୟାଃ

ସର୍ବଂ ପ୍ରିୟେ ! ଚାରୁତରଂ ବସନ୍ତେ ।୨।

ବାପୀଜଳାନାଂ ମଣିମେଖଳାନାଂ

ଶଶାଙ୍କଭାସାଂ ପ୍ରମଦାଜନାନାମ୍ ।

ଚତୁଦ୍ରୁମାଣାଂ କୁସୁମାନ୍ୱିତାନାଂ

ଦଦାତି ସୌଭାଗ୍ୟମୟଂ ବସନ୍ତଃ ।୩।

କୁସୁମ୍ଭରାଗାରୁଣିତୈର୍ଦୁକୂଳୈ-

ର୍ନିତମ୍ବବିମ୍ବାନି ବିଳାସିନୀନାମ୍ ।

 

ରକ୍ତାଂଶୁକୈଃ କୁଙ୍କୁମରାଗ-ଗୌରୈ-

ରଳଂତ୍ରିୟନ୍ତେ ସ୍ତନମଣ୍ଡଳାନି ।୪।

କର୍ଣ୍ଣେଷୁ ଯୋଗ୍ୟଂ ନବକର୍ଣ୍ଣିକାରଂ

ଚଳେଷୁ ନୀଳେଷ୍ୱଳକେଷ୍ୱଶୋକମ୍ ।

ପୁଷ୍ପଞ୍ଚ ଫୁଲ୍ଲଂ ନବମଲ୍ଲିକାୟାଃ

ପ୍ରୟାତି କାନ୍ତିଂ ପ୍ରମଦାଜନସ୍ୟ ।୫।

ସ୍ତନେଷୁ ହାରାଃ ସିତଚନ୍ଦନାର୍ଦ୍ର ।

ଭୁଜେଷୁ ସଂଗଂ ବଳୟାଙ୍ଗଦାନି ।

ପ୍ରୟାନ୍ତ୍ୟନଙ୍ଗାତୁରମାନସାନାଂ

ନିତମ୍ବିନୀନାଂ ଜଘନେଷ କାଞ୍ଚ୍ୟଃ ।୬।

ସପତ୍ରେଲେଖୁଷୁ ବିଳାସିନୀନାଂ

ବକ୍‌ତ୍ରେଷୁ ହେମାମ୍ବୁରୁହୋପମେଷୁ ।

ରତ୍ନାନ୍ତରେ ମୌକ୍ତିକସଙ୍ଗରମ୍ୟଃ

ସ୍ୱେଦୋଦ୍‌ଗମୋ ବିସ୍ତରତାମୁପୈତି ।୭।

ଉଚ୍ଛ୍ୱାସୟନ୍ତ୍ୟଃ ଶ୍ଲଥବନ୍ଧନାନି

ଗାତ୍ରାଣି କନ୍ଦର୍ପ-ସମାକୁଳାନି ।

ସମୀପବର୍ତ୍ତିଷ୍ୱଧୁନା ପ୍ରିୟେଷୁ

ସମୁତ୍ସୁକା ଏବ ଭବନ୍ତି ନାର୍ଯ୍ୟଃ ।୮।

ତନୁନି ପାଣ୍ଡୂନି ସମନ୍ତରାଣି

ମୃହୁର୍ମୁହୁର୍ଜୃମ୍ଭଣତତ୍ପରାଣି ।

ଅଙ୍ଗାନ୍ୟନଙ୍ଗଃ ପ୍ରମଦାଜନସ୍ୟ

କରୋତି ଲାବଣ୍ୟ-ସସମ୍ଭ୍ରମାଣି ।୯।

ନେତ୍ରେଷୁ ଲୋଳୋ ମଦିରାଳସେଷୁ

ଗଣ୍ଡେଷୁ ପାଣ୍ଡୁଃ କଠିନଃ ସ୍ତନେଷୁ ।

ମଧ୍ୟେଷୁ ନିମ୍ନୋ ଜଘନେଷୁ ପୀନଃ

ସ୍ତ୍ରୀଣାମନଙ୍ଗୋ ବହୁଧା ସ୍ଥିତୋଽଦ୍ୟ ।୧୦।

ଅଙ୍ଗାନି ନିଦ୍ରାଳସବିଭ୍ରମାଣି ।

ବାଳ୍ୟାନି କିଞ୍ଚିନ୍ମଦଲାଳସାନି ।

ଭୁକ୍ଷେପଜିହ୍‌ମାନି ଚ ବୀଷିତାନି

ଚକାର କାମଃ ପ୍ରମଦାଜନାନାମ୍ ।୧୧।

ପ୍ରିୟଙ୍ଗୁକାଳୀୟକକୁଙ୍ଗୁମାକ୍ତଂ

ସ୍ତନେଷୁ ଗୌରେଷୁ ବିଳାମନୀଭିଃ ।

ଆଲିପ୍ୟତେ ଚନ୍ଦନମଙ୍ଗନାଭିଃ ।

ମଦାଳସାଭିର୍ମୃ ଗନାଭିଯୁକ୍ତମ୍ ।୧୨।

ଗୁରୂଣି ବାସାଂସି ବିହାୟ ତୃର୍ଣ୍ଣଂ

ତନୁନି ଲାକ୍ଷାରସରଞ୍ଜିତାନି ।

ସୁଗନ୍ଧିକାଳାଗୁରୁଧୂପିତାନି

ଧତ୍ତେଽଙ୍ଗନା କାମମଦାଳସାଙ୍ଗୀ ।୧୩।

ପୁଂଷ୍କୋକିଳଶ୍ଚୁତରସାସବେନ

ମତ୍ତଃ ପ୍ରିୟାଂ ଚୁମ୍ବତି ରାଗହୃଷ୍ଟଃ ।

କୂଜନ୍ ଦ୍ୱିରେଫୋଽପ୍ୟୟମମ୍ବୁଜସ୍ଥଃ

ପ୍ରିୟଂ ପ୍ରିୟାୟାଃ ପ୍ରକରୋତି ଚାଟୁଃ ।୧୪।

ତାମ୍ର-ପ୍ରବାଳସ୍ତବକାବନମ୍ରା

ଶ୍ଚୁତଦ୍ରୂମାଃ ପୁଷ୍ପିତ-ଚାରୁ-ଶାଖାଃ ।

କୁର୍ବନ୍ତି କାମଂ ପବନାବଧୂତାଃ

ପର୍ଯ୍ୟୁତ୍ସୁକଂ ମାନସମଙ୍ଗନାନାମ୍ ।୧୫।

ଆ ମୂଳତୋ ବିଦ୍ରୁ ମରାଗତାମ୍ରଂ

ସପଲ୍ଲବାଃ ପୁଷ୍ପଚୟଂ ଦଧାନାଃ ।

କୁର୍ବନ୍ତ୍ୟଶୋକା ହୃଦୟଂ ସଶୋକଂ

ନିରୀକ୍ଷମାଣା ନବଯୌବନାନାମ୍ ।୧୬।

ମତ୍ତହିରେଫ-ପରିଚୁମ୍ବିତ-ଚାରୁ-ପୁଷ୍ପା

ମନ୍ଦାନିଳ କୁଳିତ-ନମ୍ର-ମୃଦୁ-ପ୍ରବାଳାଃ ।

କୁର୍ବନ୍ତି କାମିମନସାଂ ସହସୋତ୍ସୁକତଂ

ଚୃତାଭିରାମକଳିକାଃ ସମବେକ୍ଷ୍ୟମାଣାଃ ।୧୭।

କାନ୍ତାମୁଖ-ଦ୍ୟୁତିଜୁଷାମପି ଚୋଦ୍‌ଗତାନାଂ

ଶୋଭାଂ ପରାଂ କୁରବକ-ଦ୍ରୁମମଞ୍ଜରୀଣାମ୍ ।

ଦୃଷ୍ଟ୍ୱାପ୍ରିୟେ ! ସହୃଦୟସ୍ୟ ଭବେନ୍ନ କସ୍ୟ

କନ୍ଦର୍ପ ବାଣ-ପତନ ବ୍ୟଥିତଂ ହି ଚେତଃ ।୧୮।

ଆଦୀପ୍ତ-ବହ୍ନି ସଦୃଶୈର୍ମରୁତାବଧୂତୈଃ

ସର୍ବତ୍ର କିଂଶୁକବନୈଃ କୁସୁମାବନମ୍ରୈଃ ।

ସଦ୍ୟୋ ବସନ୍ତ-ସମୟେ ହି ସମାଚିତେୟଂ

ରକ୍ତାଂଶୁକା ନବବଧୂରିବ ଭାତି ଭୂମିଃ ।୧୯।

କିଂ କିଂ ଶୁକେଃ ଶୁକମୁଖଚ୍ଛବିଭିର୍ନ ଭିନ୍ନଂ

କିଂ କର୍ଣ୍ଣିକାରକୁସୁମୈର୍ନ କୃତଂ ନୁ ଦଗ୍‌ଧମ ।

ଯତ୍‌କୋକିଳଃ ପୁନରୟଂ ମଧୁରୈର୍ବଚୋଭି-

ର୍ଯୂନାଂ ମନଃ ସୁବଦନାନିହିତଂ ନିହନ୍ତି ।୨୦।

ପୁଂଷ୍କୋକିଳୈଃ କଳବଚୋଭିରୁପାତ୍ତହର୍ଷୈଃ

କୁଜଦ୍ଭିରୁନ୍ମଦକଳାନି ବଚାଂସି ଭୃଙ୍ଗୈଃ

ଲଜ୍ଜାନ୍ୱିତଂ ସବିନୟଂ ହୃଦୟଂ କ୍ଷଣେନ

ପର୍ଯ୍ୟାକୁଳଂ କୁଳଗୃହେଽପି କୃତଂ ବଧୂନାମ୍ ।୨୧।

ଆକମ୍ପୟନ୍ କୁସୁମିତାଃ ସହକାରଶାଖାଃ

ବିସ୍ତାରୟନ ପରଭୃତସ୍ୟ ବଚାଂସି ଦିକ୍ଷୁ ।

ବାୟୁର୍ବିବାତି ହୃଦୟାନ୍ନ ହରନ୍ନରାଣାଂ

ନୀହାରପାତବିଗମାଂ ସୁଭଗୋ ବସନ୍ତେ ।୨୨।

କୁନ୍ଦୈଃ ସବିଭ୍ରମବଧୁ-ହସିତାବଦାତୈ-

ରୁଦ୍ୟୋତିତାନ୍ୟୁପବନାନି ମନୋହରାଣି ।

ଚିତ୍ତଂ ମୁନେରପି ହରନ୍ତି ନିବୃତ୍ତରାଗଂ

ପ୍ରାଗେବ ରାଗମଳିନାନି ମନାଂସି ଯୂନାମ୍ ।୨୩।

ଆଲମ୍ବି-ହେମରଶନାଃ ସ୍ତନସକ୍ତହାରାଃ

କନ୍ଦର୍ପ-ଦର୍ପ-ଶିଥିଳୀକୃତ-ଗାତ୍ରଯଷ୍ଟ୍ୟଃ ।

ମାସେ ମଧୌ ମଧୁରକୋକିଳଭୃଙ୍ଗନାଦୈ

ର୍ନାର୍ଯ୍ୟୋ ହରନ୍ତି ହୃଦୟଂ ପ୍ରସଭଂ ନରାଣାମ୍ ।୨୪।

ନାନାମନୋଜ୍ଞକୁସୁମଦ୍ରୁ ମଭୂଷିତାନ୍ତାନ୍

ହୃଷ୍ଟାନ୍ୟ-ପୃଷ୍ଟ-ନିନଦାକୁଳ-ସାନୁଦେଶାନ ।

ଶୈଳେୟ-ଜାଲ-ପରିଣଦ୍ଧ-ଶିଳାତଳୌଘାନ୍

ଦୃଷ୍ଟ୍ୱାଜନଃ କ୍ଷିତିଭୃତୋ ମୃଦମେତି ସର୍ବଃ ।୨୫।

ନେତ୍ରେ ନିମୀଳୟତି ରୋଦିତି ଯାତି ଶୋକଂ

ଘ୍ରାଣଂ କରେଣ ବିରୁଣଦ୍ଧି ବିରୌତି ଚୋଚ୍ଚୈଃ ।

କାନ୍ତା ବିଯୋଗ-ପରିଖେଦିତ-ଚିତ୍ତବୃତ୍ତି-

ର୍ଦୃଷ୍ଟ୍ୱାଧ୍ୱଗଃ କୁସୁମିତାନ୍ ସହକାରବୃକ୍ଷାନ ।୨୬।

ସମଦମଧୁକରାଣାଂ କୋକିଳାନାଞ୍ଚ ନାଦୈଃ

କୁସୁମିତସହକାରୈଃ କର୍ଣ୍ଣିକାରୈଶ୍ଚ ରମ୍ୟଃ ।

ଇଷୁଭିରିବ ସୁତୀକ୍ଷ୍‌ଣୈରର୍ମାନସଂ ମାନିନୀନାମ୍

ତୁଦତି କୁସୁମମାସୋ ମନ୍ମଥୋଦ୍‌ବେଜନାୟ ।୨୭।

ଆତ୍ମୀ-ମଞ୍ଜୁଳ-ମଞ୍ଜରୀ ବରଶରଃ

ସତ୍ କିଂଶୁକଂ ଯଦ୍ଧନ୍ତୁ

ର୍ଜ୍ୟା ଯସ୍ୟାଳିକଳଂ କଳଙ୍କରହିତଶ୍ଛତ୍ରଂ

ସିତାଂଶୁଃ ସିତମ୍ ।

ମତ୍ତେଭୋ ମଳୟାନିଳଃ ପରଭୃତା

ଯଦ୍‌ବିନ୍ଦିନୋ ଲୋକଜିତ୍

ସୋଽୟଂ ବୋ ବିତରୀତରୀତୁ

ବିତନୁର୍ଭଦ୍ରଂ ବସନ୍ତାନ୍ୱିତଃ ।୨୮।

Image